www.samajalive.in
Monday, December 8, 2025
14.1 C
Bhubaneswar

ସିଆରପିଏଫ ଯବାନ ପକ୍ଷରୁ ଜନସମ୍ପର୍କ ମେଳା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଥିବା ଇ୪ର୍ଥ ସିଆରପିଏଫ କ୍ୟାମ୍ପ ଯବାନ ପକ୍ଷରୁ ସମିତି କାର୍ଯ୍ୟାଳୟ ପରିସରରେ ୨୦୨୨-୨୩ ବର୍ଷର ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଆଇଜିଙ୍କ ନିର୍ଦେଶକ୍ରମେ ରାୟଗଡା ଚତୁର୍ଥ ବଟାଲିୟନର କମାଡେଣ୍ଟ ମନୋଜ କୁମାର ୟାଦବଙ୍କ ଆଦେଶରେ ସ୍ଥାନୀୟ ଇ-ଚତୁର୍ଥ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡର ଡି.କୃଷ୍ଣ।ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଥାନା ଏଏସଆଇ ଅଶୋକ ନାୟକ, ଅବସର ପ୍ରାପ୍ତ ଶିକ୍ଷକ ବି.ସୂର୍ଯ୍ୟପ୍ରକାଶ ରାଓ,କ ଜୋନର ଜିଲାପରିସଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ ସଂମ୍ମାନୀୟ ଅତିଥି ଭାବରେ ମଞ୍ଚାସୀନ ରହି ଥିଲେ।

ବିଭିନ୍ନ ଅଞ୍ଚଳର ଗରିବ ଶ୍ରେଣୀର ମହିଳା ଓ ପୁରୁଷ ମାନଙ୍କୁ ଡାକି ୧୧୦ଟି ଶାଢ଼ୀ ଓ ୧୦୦ ଟି ଲୁଙ୍ଗି ମୋଟ ୨୧୦ଟି ବଣ୍ଟନ କରିଥିଲେ। ଏଥିରେ ସମସ୍ତ କ୍ୟାମ୍ପ ଯବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ବ୍ଲକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପୁଲିସ, ସି ଆରପି ଏଫ ଯବାନ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଏହିପରି ପଦକ୍ଷେପ ନିଆଯାଇଛି। ସେହିପରି ବିଜେପୁର ଏଫଚତୁର୍ଥ ସିଆରପିଏଫ ପକ୍ଷରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ନିର୍ଦ୍ଧେଶ କ୍ରମେ ଜନ ସମ୍ପର୍କମେଳା କରାଯାଇଛି।

- Advertisement -

ଆସିଷ୍ଟାଣ୍ଡ କମାଡେଣ୍ଟ ଉମାକାନ୍ତ ବି ଗିରାଡ଼କାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଖ ଜୋନର ଜିଲାପରିସଦ ସଦସ୍ୟ ପରୀକ୍ଷିତ ନାଏକ, ବିଜେପୁର ଥାନା ଦ୍ୱିତୀୟ ଅଧିକାରୀ ରମେଶ କୁମାର ରେଡା, ବିଜେପି ସରପଞ୍ଚ ଜନନୀ ମାଝୀ ମଞ୍ଚାସିନ ରହିଥିଲେ। ପ୍ରାୟ ୧୧ଖଣ୍ଡ ଗ୍ରାମର ୧୦୯ଜଣ ମହିଳା ଓ ୧୦୦ ଜଣପୁରୁଷ ମୋଟ ୨୦୯ଜଣ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ଏଫଚତୁର୍ଥ ବଟାଲୀୟନର ଯବାନମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories