www.samajalive.in
Monday, December 8, 2025
27.1 C
Bhubaneswar

୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଭା ଗୃହରେ ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଡ଼ିଓ ସୁଧାକର ରଇତଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡ଼କା, ସହକାରୀ ଯନ୍ତ୍ରୀ (ଏ ଇ)ଏ ସନମୁଖ କୁମାର ପାତ୍ର ମଞ୍ଚାସିନ ରହିଥିଲେ। ସରକାରଙ୍କ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରି ହାତରେ ସାନିଟାଇଜ ଲଗାଇ, ମୁଖରେ ତୁଣ୍ଡି ଓ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟେକ ବିଦ୍ୟାଳୟରେ ସକାଳ ଟା୭.୫୦ମିନିଟରେ ପତାକା ଉତ୍ତୋଳନ କରିବା, ୮ଟାରେ ବିନିଷ ପୁର ସହିଦ ପୀଠରେ ପତାକା ଉତ୍ତୋଳନ କରିବା ପରେ ୮.୩୦ ମିନିଟରେ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧକ୍ଷ ଶ୍ରୀ ୱାଡ଼।କା ପତାକା ଉତ୍ତୋଳନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ କେବଳ କାର୍ଯ୍ୟାଳୟ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛନ୍ତି। ଏଥିରେ ଏସିଓ ଏସିଅ ଶବର ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ କଳ୍ପତରୁ ବେହେରା ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱନାଥ ଗମାଙ୍ଗ, ଥାନା ଏସଇ ରଞ୍ଜନ ନାଗ, ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।

Hot this week

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

Related Articles

Popular Categories