www.samajalive.in
Tuesday, December 9, 2025
16.1 C
Bhubaneswar

ଏଫଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ ; ଜାପାନର ୨ୟ ବିଜୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫଆଇଏଚ ସିରିଜ ଫାଇନାଲ୍‌ସରେ ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ଜାପାନ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨-୦ ଗୋଲରେ ପରାସ୍ତ କରି କ୍ରମାଗତ ୨ୟ ବିଜୟ ହାସଲ କରିଛି। ଶନିବାର ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚରେ ବିଶ୍ବ ମାନ୍ୟତାରେ ୧୮ତମ ସ୍ଥାନରେ ଥିବା ଜାପାନ ଉଚ୍ଚ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକା (୧୬ତମ)କୁ ପରାସ୍ତ କରିଛି।
ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବିପକ୍ଷ ଦଳର ରକ୍ଷାପନ୍ଥୀ ଭେଦିବାରେ ଅସମର୍ଥ ହୋଇଥିଲେ। ପ୍ରଥମ କ୍ୱାର୍ଟର ୦-୦ରେ ବରାବର ରହିଥିଲା। ୨ୟ କ୍ୱାର୍ଟରରେ ମଧ୍ୟ ଉଭୟ ଦଳ ଗୋଲ କରିବା ଲାଗି ଜୋରଦାର ପ୍ରୟାସ କରିଥିଲେ। ୨୬ ମିନିଟରେ ଜାପାନକୁ ସଫଳତା ମିଳିଥିଲା। ସାଥୀ ଖେଳାଳିଙ୍କ ଏକ ପାସ୍‌ରୁ କୋରୋ ଫୁକୁଡା ଗୋଲ ସ୍କୋର କରିବାରେ ସଫଳ ହୋଇଥିଲେ। ସେହିପରି ୩ୟ କ୍ୱାର୍ଟରର ଅନ୍ତିମ ମିନିଟ ଅର୍ଥାତ ମ୍ୟାଚର ୪୫ ମିନିଟରେ ଜାପାନ ଆଉ ଏକ ଫିଲ୍‌ଡ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। କାଜୁମା ମୁରାଟା ସାଥୀ ଖେଳାଳିଙ୍କ ପାସକୁ ଗୋଲରେ ପରିଣତ କରି ଜାପାନର ନକଆଉଟ ରାସ୍ତା ପରିଷ୍କାର କରିଥିଲେ। ଦକ୍ଷିଣ ଆଫ୍ରିକା ଗୋଲ କରିବାକୁ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନଥିଲା। ତାନାକା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ତାଙ୍କୁ ପୁରସ୍କୃତ କରିଥିଲେ। ମ୍ୟାଚ ପୂର୍ବରୁ ପୂର୍ବତନ ଅଲିମ୍ପିଆନ ଲାଜରୁସ ବାର୍ଲା ଅତିଥି ଭାବେ ଖେଳାଳିମାନଙ୍କ ସହ ପରିଚିତ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories