www.samajalive.in
Tuesday, December 9, 2025
15.1 C
Bhubaneswar

ଉଦଯାପିତ ହେଲା ନୁଆଁପଦରଠାରେ ଚାଲିଥିବା ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା 

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ନୁଆଁପଦରଠାରେ ଚାଲିଥିବା ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ଉଦଯାପିତ ହୋଇଯାଇଛି । ନୁଆଁପଦର ଓ ଡ଼ିମିରିଗୁଡା ପଂଚାୟତ ବାସୀଙ୍କ ମିଳିତ ଉଦ୍ୟମରେ ଚଳିତ ବର୍ଷ ଏହି ପୂଜା ୪୩ ବର୍ଷରେ ପଦାର୍ପଣ କରିଥିବାବେଳେ ପ୍ରତ୍ୟେ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୂଜା ବହୁ ଧୁମଧାମରେ ପାଳିତ ହୋଇଛି । ପବିତ୍ର ଦୀପାବଳି ଦିନଠାରୁ ମା’ଙ୍କ ଏହି ପୂଜା ଆରମ୍ଭ ହୋଇ ରବିବାର ଉଦଯାପିତ ହୋଇଛି । ତେବେ ଶ୍ୟାମାକାଳୀ ଯାତ୍ରା ପୂଜା କମିଟିର ସଭାପତି ତ୍ରିନାଥ କହଁର ଓ ଯୁବ ଯାତ୍ରା କମିଟିର ସଭାପତି କାମାକ୍ଷା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାତ୍ରାଟି ପରିଚାଳିତ ହୋଇଥିବାବେଳେ ଚଳିତ ବର୍ଷ ମଧ୍ୟ ପାଞ୍ଚଦିନ ଧରି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେସିତ ହେବା ସହ ମୀନାବଜାର ଓ ରାମଦୋଳି ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା ।

ଯାତ୍ରାର ପ୍ରଥମ ଦିନରେ ବଲାଙ୍ଗୀର ଜିଲାରୁ ଆସିଥିବା ବିଶିଷ୍ଠ କଣ୍ଟଶିଳ୍ପୀ ଆଶିଷ କୁମ୍ଭାର ଓ ତାଙ୍କ ସାଥି କଳାକାର ମାନଙ୍କ ଦ୍ୱାରା ପାରିବେସିତ ହୋଇଥିବା ସମ୍ବଲପୁରୀ ଅର୍କେଷ୍ଟାରେ ଦର୍ଶକ ଝୁମି ଉଠିଥିଲେ । ସେହିପରି ଦ୍ଵିତୀୟ ଦିନରେ ଫିରିଙ୍ଗିଆ ବ୍ଲକ ବବିଙ୍ଗିଆ ପଞ୍ଚାୟତର ବବଡିଙ୍ଗିଆ  ଗାଁର କଳାକାର ମାନଙ୍କ ଦ୍ୱାରା ରାମଲୀଳା ନାଟକ ପରିବେଷଣ ହୋଇଥିବାବେଳେ ତୃତୀୟ ଦିନରେ ପଡୋଶୀ ଗଞ୍ଜାମ ଜିଲାର ଭାରତଲୀଳା ସହ ସନ୍ଧ୍ୟା ସମୟରେ ଡ଼ିମିରିଗୁଡା ପଞ୍ଚାୟତ ଶ୍ରୀପଲା ଗାଁର କଳାକାରମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ରାମାୟଣ ନାଟକ ପରିବେଷଣ କରାଯାଇଥିଲା । ଅନ୍ୟପଟେ ଯାତ୍ରାର ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜୟଚନ୍ଦ୍ର ମାଲିକ, ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ଗୟାଧର ଦିଗାଲ, ନୁଆଁପଦର ସରପଞ୍ଚ ଭବାନୀଶଙ୍କର କହଁର, ଡ଼ିମିରିଗୁଡା ସରପଞ୍ଚ ମନୋଜ କହଁର, ସମାଜସେବୀ ମୀନକେତନ ସାହୁ, ବିଜେପି ନେତା କଂସଦେବ ସାହୁ ଓ ସଞ୍ଜୟ କୁମାର ଦିଗାଲ, ବିଜେଡି ଉପସଭାପତି ପ୍ରଦୀପ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମକୁ ଯୁବ ଯାତ୍ରା କମିଟିର ଉପସଭାପତି ରଘୁପତି କହଁର ପରିଚାଳନା କରିଥିଲେ । ଅନ୍ୟପଟେ ପାଞ୍ଚଦିନ ଧରି ଯୁବ ଯାତ୍ରା କମିଟିର ସଭାପତି ସମ୍ପାଦକ ଵାପିନା କହଁରଙ୍କ ସହ ସକ୍ରିୟ ସଦସ୍ୟ ସାମନ୍ତ ମାଲିକ, ସୀତାରାମ ମାଲିକ, ସହସମ୍ପାଦକ ସରୋଜ ମାଲିକ, ପ୍ରଣବ ନାଏକ, ବିନୋଦ ବେହେରା ଓ ସମସ୍ତ ସଦୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories