ଆଠଗଡ଼: ଲକ୍ଷ୍ମୀ ବସ ଧକ୍କାରେ ସ୍ତ୍ରୀ ମୃତ ଏବଂ ସ୍ବାମୀ ସହ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଠଗଡ଼ ଷ୍ଟାଣ୍ଡରେ ଲକ୍ଷ୍ମୀ ବସ ବ୍ୟାକ କରିବା ବେଳେ ୩ଜଣଙ୍କୁ ଲକ୍ଷ୍ମୀ ବସ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଓ ପୁଅ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ବାପପୁଅଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ମୃତାହତ ଆଠଗଡ଼ ଧାଇପୁର ଗାଁର, ପାର୍ସଲ ନେବାକୁ ବସଷ୍ଟାଣ୍ଡକୁ ଆସିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



