www.samajalive.in
Monday, December 8, 2025
14.1 C
Bhubaneswar

କେବୁଲ ପୋତିବା ଓ ପାଣି ପାଇପ ବିଛାଇବା ନାଁରେ ମନ ଇଛା ଖୋଳାଯାଉଛି ରାସ୍ତା

କଲମପୁର: କେବୁଲ ପୋତିବା ନାଁରେ ହେଉ କି ପାଣି ପାଇପ ବିଛାଇବା ନାଁରେ, ମନ ଇଛା ଖୋଳାଯାଉଛି ରାସ୍ତା। ସେ ରାସ୍ତା ପୂର୍ତ୍ତ ବିଭାଗର ହୋଇଥାଉ କି ଗ୍ରାମ ଉନ୍ନୟନ ବିଭାଜନର ଅଥବା ପଂଚାୟତ କି ସମିତି ସବୁ ରାସ୍ତା ଉପରେ କେବୁଲ ପୋତା ଅଥବା ପାଇପ ବିଛାଉଥିବା ସଂସ୍ଥା ମନ ଇଛା ଖୋଳି ଚାଲିଛି। ଏହି ରାସ୍ତା ଖୋଳାଯାଇ ଦିନ ଦିନ ଧରି ରଖି ଦିଆଯାଉଥିବାରୁ ଅନେକ ସମୟରେ ରାସ୍ତା ଦୁର୍ଘଟଣାର ଅନ୍ୟ ଏକ କାରଣ ପାଲଟିଛି। ଏନେଇ ରାସ୍ତା ଖୋଳାରେ ନିୟୋଜିତ କର୍ମଚାରୀଙ୍କୁ କହିଲେ ଉତର ମିଳେ ଆମେ ଅନୁମତି ଆଣିଛୁ। କିନ୍ତୁ ଲୋକଙ୍କ ସୁରକ୍ଷା ପାଇଁ ରାସ୍ତା ଖୋଳାଯାଇଥିବା ସ୍ଥାନରେ କୌଣସି ନିରାପତା ଅଥବା ସଚେତନତା ନେଇ କୌଣସି ପ୍ରତୀକାତ୍ମକ ସୂଚନା ଦିଆଯାଉ ନାହିଁ। ଯେଉଁଥିପାଇଁ ଦୁର୍ଘଟଣା ବୃଦ୍ଧି ପାଉଛି। ଅନେକ ସମୟରେ କଲମପୁର ଜୁନାଗଡ଼, କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତା ସମେତ କଲମପୁର କୋଟଗାଁ, କଲମପୁର ବଡକୁଟୃ ଆଦି ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଉଛି। ଅନେକ ସମୟରେ ଦୁର୍ଘଟଣା ଯୋଗୁଁ ଲୋକଙ୍କ ଜୀବନ ହାନୀ ହେଉଛି ପୁଣି କିଛି ଲୋକଙ୍କ ହାତ ଗୋଡ ଭାଙ୍ଗିଯିବା ଯୋଗୁଁ ଅକର୍ମଣ୍ୟ ହେବାକୁ ପଡୁଛି। ଏହାସହ ରାସ୍ତା କଡ଼ରେ ଗଦା ହେଇଥିବା ମାଟିକୁ ସଫେଇ କରାଯାଉ ନ ଥିବାରୁ ଅଳ୍ପ ବର୍ଷା ହେଲେ ଚିକିଟା ମିଟି ରାସ୍ତା ଉପରେ ଜମି ରହୁଛି। ଯାହାରି ଫଳରେ ବାଇକ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ଗ୍ରାମାଞ୍ଚଳ ଗଳି ରାସ୍ତାରେ ସିମେଣ୍ଟ କଂକ୍ରିଟ ରାସ୍ତାକୁ ଖୋଳି ଦିଆଯାଉଛି। କିନ୍ତୁ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯେଉଁଥିପାଇଁ ନୂଆ ତିଆରି ରାସ୍ତାର ଅବସ୍ଥା ଦୟନୀୟ ହେଉଛି। ରାସ୍ତା ଦାୟିତ୍ୱରେ ଥିବା ଅଧିକାରୀ ମାନେ ମଧ୍ୟ ନିରବ ଦର୍ଶକ। ଏପରିକି ରାସ୍ତା ନିର୍ମାଣର ୩ମାସ ନପୁରୁଣୁ ରାସ୍ତା ଖୋଳାଯାଉଥିବାରୁ ସରକାରଙ୍କ ଅର୍ଥ ଅପବ୍ୟବହାର କରାଯାଉଛି। ଏନେଇ କୌଣସି ଉତର ଦାୟିତ୍ୱ ଥିବା ଅଧିକାରୀ ସମ୍ବନ୍ଧରେ ଗ୍ରାମବାସୀ ଜାଣି ପାରୁନାହାନ୍ତି। ଯେଉଁଥିପାଇଁ ଏନେଇ କୌଣସି ଅଭିଯୋଗ ହେଉନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଲେ ସାଧାରଣ ଜନତା ଉପକୃତ ହୋଇପାରିବେ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories