www.samajalive.in
Sunday, December 7, 2025
16.1 C
Bhubaneswar

ଚତୁର୍ଦିବସୀୟ ‘ପ୍ରାରମ୍ଭ’ ତାଲିମ ଶିବିର ଉଦଯାପିତ

କଲମପୁର : ଗତ ୪ଦିନ ଧରି କଲମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ କୋଟାଗାଁ ଉନ୍ନିତ ବିଦ୍ୟାଳୟରେ ଚାଲିଥିବା ପ୍ରାରମ୍ଭ ତାଲମି ଶିବିର ଗୁରୁବାର ଅପରାହ୍ନରେ ଉଦଯାପିତ ହେଇଯାଇଛି। ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଆନୁକୂଲ୍ୟରେ ଏହି ତାଲିମ ଶିବିର ଅନୁଷ୍ଠିତ ହେଇଥିଲା। ଉଭୟ ତାଲିମ କେନ୍ଦ୍ରରେ ଶୁଭେନ୍ଦୁ କୁମାର ପଣ୍ଡା, ମନ୍ମଥ କୁମାର ମିଶ୍ର, ନବଘନ ସାହୁ, ସନାତନ ଭଞ୍ଜ, ରୁପେଶ ରଞ୍ଜନ ଖମାରୀ, କିଶୋର ଚନ୍ଦ୍ର ନାଏକ, ଗୋଲେଖ ବାଗ ଏବଂ ତ୍ରିଲୋଚନ ଧଳ ପ୍ରମୁଖ ଶିକ୍ଷକ ତାଲିମ ଦାତା ଭାବେ ଯୋଗେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଉଭୟ ତାଲିମ ଶିବିରରେ ବ୍ଲକର ୯୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଛନ୍ତି। ଗତ ଦୁଇ ବର୍ଷ ଧରି କୋଭିଡ ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ରହିବା ଓ ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହେଇଥିଲେ। ସେହି ପାଠ କିଭଳି ଭରଣା କରିହେବ ସେନେଇ ଏହି ତାଲିମ ପ୍ରଦାନର ବ୍ୟବସ୍ଥା। ମୌଳିକ ଭାଷା, ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଆଧାର କରି ଛାତ୍ରଛାତ୍ରୀମାନେ କିଭଳି ଶିକ୍ଷା ଗ୍ରହଣ କରିବେ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା। ବିଶେଷ କରି ବର୍ତ୍ତମାନ ନାଚ, ଗୀତକୁ ଆଧାର କରି ଶିଶୁମାନଙ୍କୁ ବୋଧଗମ୍ୟ ପାଇଁ ଶିକ୍ଷାଦାନ କରିବା ନେଇ ତାଲିମରେ ବୁଝାଯାଇଥିଲା। ଏହି ଚାରିଦିନ ଧରି ଚାଲିଥିବା ତାଲିମ ଶିବିରକୁ ଗୋଓଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରୀ ଏବଂ ସୁଶୀଳ କୁମାର ମୁଣ୍ଡ ପରିଦର୍ଶନ କରି ତାଲିମ କାର୍ଯ୍ୟ ତଦାରଖ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories