www.samajalive.in
Monday, December 8, 2025
27.1 C
Bhubaneswar

ଗଛ ଡାଳରେ ଲାଖି ରହିଲା କଣ୍ଟେନର, ରାସ୍ତା ଅବରୋଧ

କଲମପୁର: କଲମପୁର କୋଟାଗାଁ ମୁଖ୍ୟ ରାସ୍ତାର କଲମପୁର ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ ବିରାଟକାୟ ଲିମ୍ବ ଗଛ ଡାଳରେ ଏକ କଣ୍ଟେନର ଲାଖି ରହିଥିଲା । ଏହାଦ୍ୱାରା କଣ୍ଟେନର ଡ୍ରାଇଭର ଗାଡି ଭିତରେ ଫସି ରହିଥିଲେ । ଯାହାରି ଫଳରେ ଏହି ରାସ୍ତା ଦେଇ ଯାତାୟାତ ଦୀର୍ଘ ସମୟ ଧରି ଠପ୍‌ ହେଇଯାଇଥିଲା ଓ ଡ୍ରାଇଭରର ସୁରକ୍ଷା ନେଇ ଆଶଙ୍କା ଦେଖା ଦେଇଥିଲା ।

ସୂଚନା ଅନୁସାରେ କର୍ମେଲ ଡଙ୍ଗରୀଗୁଡା ହାତୀ ନଦୀ କୂଳରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପାଇଁ କିଛି ଯନ୍ତ୍ରପାତି ପରିବହନ କରି ଚିଲକପୁର ଠାରୁ କଲମପୁର ଦେଇ ଆସୁଥିଲା । କିନ୍ତୁ କଣ୍ଟେନର କଲମପୁର ସାପ୍ତାହିକ ବଜାର ଅତିକ୍ରମ କରି ଚାରିଛକ ଦେଇ କୋଟାଗାଁ ରାସ୍ତାରେ କର୍ମେଲ ଡଙ୍ଗରୀଗୁଡା ପଟକୁ ଯାଉଥିବା ବେଳେ କଲମପୁର ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ ଲିମ୍ବ ଗଛର ଡାଳରେ ଲାଖିଯାଇ ଅଚଳ ହେଇପଡିଥିଲା । ରାସ୍ତା ଅବରୋଧ ହେବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡି ମଟର ଅଟକି ରହିଥିଲା ।

- Advertisement -

ସାପ୍ତାହିକ ବଜାର ଯୋଗୁଁ ବହୁ ଛୋଟ ମୋଟ ବ୍ୟବସାୟୀ ବଜାର ଯିବାରୁ ବଂଚିତ ହେଇଥିଲେ । ଦୀର୍ଘ ସମୟ ପରେ କଲମପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଗଛ ଡାଳ କାଟି ସଫା କରିବା ପରେ କଣ୍ଟେନର ଡ୍ରାଇଭର ସୁରକ୍ଷିତ ଥିବା ଜଣା ପଡିଥିଲା । ଏହାପରେ କଣ୍ଟେନର ନିଜ ଗନ୍ତବ୍ୟପଥକୁ ଯିବା ପରେ ଏହି ରାସ୍ତା ଦେଇ ଯାନବାହନ ଚଳାଚଳ ସ୍ୱଭାବିକ ହେଇଥିଲା ।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories