www.samajalive.in
Monday, December 8, 2025
14.1 C
Bhubaneswar

ଯୁବକ ଯୁବତୀଙ୍କୁ ଉଦ୍ୟୋଗୀ ଓ ସ୍ବାବଲମ୍ବୀ ଲକ୍ଷ୍ୟରେ ସରକାରଙ୍କ ଉଦ୍ୟମ

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବଡଛତ୍ରଙ୍ଗ ଓ ଗୋପାଳପୁର ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କରେ ଶିବିର ଆୟୋଜିତ ହେଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିଳ୍ପ ବିକାଶ ଯୋଜନା ନେଇ ଏକ ଶିବିର ଅନୁଷ୍ଠିତ ହେଇଯାଇଛି। ବଡଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ପରିସରର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ସୁଧାଂଶୁ ଶେଖର ନାୟକ ଶିବିର ପରିଚାଳନା ଦାୟିତ୍ବ ନେଇଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ  ଭାରତୀ ମାଝୀ ଯୋଗ ଦେଇ ଉତ୍ସାହିତ କରିଥିଲେ।
ଏଥିସହିତ ଗୋପାଳପୁର ଠାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଗୋପାଳପୁର ସରପଞ୍ଚ ବେଣି ମାଝୀ, ସ୍ଥାନୀୟ ସମିତି ସଭ୍ୟା ମଞ୍ଜୁଲତା ନାୟକ ସାମ୍ବାଦିକ ପ୍ରଦୀପ କୁମାର ପଣ୍ଡା,ସାମ୍ବାଦିକ କୈଳାସ ଚନ୍ଦ୍ର ଛତ୍ରୀଆ ଓ ବୀର ବଜରଙ୍ଗ ନାଏକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ। ଏହି ଶିବିରରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମ ମାଧ୍ୟମରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶର ଏହା ଏକ ଅଭିନବ ଯୋଜନା। ସମଗ୍ର ଦେଶରେ ଏହି ଯୋଜନା ମାଧ୍ୟମରେ ଅନେକ ଶିକ୍ଷିତ ଯୁବକ ଯୁବତୀ ନିଜେ ରୋଜଗାର କ୍ଷମ କରିବା ସହିତ ଅନ୍ୟକୁ ମଧ୍ୟ ରୋଜଗାରର ଦେଇ ପାରୁଛନ୍ତି।
ଏହି ଯୋଜନାର ଲାଭ ଉଠାଇବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଯେକୌଣସି ୧୮ ବର୍ଷରୁ ଅଧିକ ବୟସ୍କ ଯୁବକ ଯୁବତୀ ମାନେ ନିଜ ନିଜ ପସନ୍ଦ ଅନୁସାରେ ଆର୍ଥିକ ସହାୟତା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ଅତି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟା କରଣ ବୈଧ କରଣ ଯୋଜନା (ପିଏମ୍ଏଫ୍ଏମ୍ଇ) ରେ ମଧ୍ୟ ଆବେଦନ କରି ଏହାର ଲାଭ ଉଠାଇ ପାରିବେ। ଏହି ସବୁ ଯୋଜନାରେ ୫ ପ୍ରତିଶତ ରାଶି ପ୍ରଥମେ ପୈଠ କରୁବାକୁ ପଡିଥାଏ। ଏଥିରେ ୩୫ ପ୍ରତିଶତ ରିହାତି ଥିବା ବେଳେ ୬୦ ପ୍ରତିଶତ ଋଣ ଶୁଝିବାକୁ ପଡିଥାଏ ବୋଲି ଜିଲ୍ଲା ଶିଳ୍ପ ବିଭାଗ ଥୁଆମୂଳ ରାମପୁର ଆଇପିଓ ଶ୍ରୀ ସୌଭାଗ୍ୟ ରଞ୍ଜନ ବେହେରା ଆୟୋଜିତ ଶିବିରରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ବରିଷ୍ଠ କର୍ମଚାରୀ ସୁବାସ ପାତ୍ର ମଧ୍ୟ ଉପସ୍ଥିତ ରହି ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବକ ଯୁବତୀ ଓ ମହିଳା ସ୍ବୟଂ ସହାୟୀକା ଗୋଷ୍ଠୀର ସଦସ୍ୟ ମାନଙ୍କୁ ବୁଝାଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories