www.samajalive.in
Monday, December 8, 2025
14.1 C
Bhubaneswar

ହାତ କଟି ଶ୍ରମିକ ଗୁରୁତର

କଲମପୁର : ପେଟ ପାଇଁ ନାଟ। ସେହି ପେଟ ପୋଷିବା ପାଇଁ କିଏ କେତେ ପ୍ରକାର କାର୍ଯ୍ୟ କରୁଛନ୍ତି। କିଏ ପରିବାର ପ୍ରତିପୋଷଣ ପାଇଁ ପର ଘରେ ମୂଲ ଲାଗୁଛି ତ କିଏ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି । କଳାହାଣ୍ଡି ଜିଲ୍ଲାରେ କିନ୍ତୁ ଦାଦନ ସମସ୍ୟାର ଅନ୍ତ ହେଉ ନାହିଁ। ସରକାର ବିଭିନ୍ନ ଯୋଜନା କଲେ ମଧ୍ୟ ସମାଧାନ ହେଉ ନାହିଁ ଦାଦନ ସମସ୍ୟାର। କେତେବେଳେ କଳାହାଣ୍ଡିର ଶ୍ରମିକ ରାଜ୍ୟ ବାହାରକୁ ଯାଇ ଶବ ହେଇ ଫେରୁଛିତ କାହାର ଭାଗ୍ୟରେ ଆଉ ଗାଁ ମାଟି ମିଳୁ ନାହିଁ। ପୁଣି କିଏ କିଏ ସବୁଦିନ ପାଇଁ ନିଖୋଜ ହେ।ଇଯାଉଛି। ପୁଣି କିଏ ହାତ ଗୋଡ କାଟି ନିର୍ଯ୍ୟାତିତ ହେ।ଇ ଫେରୁଛି। ଏଭଳି ଜଣେ ଶ୍ରମିକର ନିକଟରେ ହାତ କଟିଯିବା ଘଟଣା ଥୁଆମୁଲ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।
ସୁଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ପାଡେପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ଦୁରେସପଦର ଗ୍ରାମର ଜନୈକ ଶ୍ରମିକ ମହେନ୍ଦ୍ର ମାଝୀ ନିଜ ସାଥି ଶ୍ରମିକ ବିଜୟ ନାଏକ ସହିତ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚାରମାଇଲିି ଛକ ନିକଟରେ ଥିବା ଏକ ପଥର କ୍ରସରରେ ଶ୍ରମିକ ଭାବେ କାମ କରୁଥିଲେ। ଗତ ଗୁରୁବାର ରାତିରେ କ୍ରସରରେ କାମ କରୁଥିବା ବେଳେ ହଠାତ ମହେନ୍ଦ୍ରର ହାତ କ୍ରସର ବେଲ୍ଟରେ ଲାଗିଯାଇଥିଲା।  ମହେନ୍ଦ୍ରର ହାତ କଟିଯିବା ସହ ମୁହଁରେ ମାଡ ହେଇଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଆସିକା ସ୍ୱ।ସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡଡାକ୍ତରଖାନାର ଚିକିତ୍ସା କରାଯାଉଛି। ଏବେ ସେ ଜୀବନ ଯୁଦ୍ଧରେ। ଅନ୍ୟପଟେ ପରିବାର ଏବେ ଅସହାୟ। ଜଣେ ରୋଜଗାରିଆ ପୁଅର ହାତ କଟିଯିବାରୁ ପରିବାର ପ୍ରତିପୋଷଣ ପାଇଁ ଏବେ ସମସ୍ୟା ଦେଖା ଦେଇଛି। ମହେନ୍ଦ୍ରର ପରିବାରରେ ଏବେ ତିନି ନାବାଳିକା ସମେତ ପରିବାରର ସମସ୍ତ ସଦସ୍ୟ ଅସହାୟ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories