www.samajalive.in
Wednesday, December 10, 2025
26.1 C
Bhubaneswar

ନିଜ ଜିଲାକୁ ଫେରି ଉଭୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ କୋଟାରେ ଫସିଥିବା ଛାତ୍ରମାନେ

କଳାହାଣ୍ଡି : ରାଜସ୍ଥାନ କୋଟାରେ ଓଡିଶା ଛାତ୍ରମାନେ ଫସି ରହିଥିବା ବେଳେ ସେମାନଙ୍କୁ ନିଜ ଜିଲାକୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରବିବାର ରାଜସ୍ଥାନ କୋଟାରେ ଫସି ରହିଥିବା ନୂଆପଡା ଏବଂ କଳାହାଣ୍ଡି ଜିଲାର ୪୫ଜଣ ଛାତ୍ର ନିଜ ଜିଲା ଏବଂ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୁଇଟି ବସ୍ ଯୋଗେ ନୂଆପଡା ଏବଂ କଳାହାଣ୍ଡି ଜିଲାର ୪୫ଜଣ ଛାତ୍ର ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ନୂଆପଡା ଜିଲାର ୧୦ଜଣ ଏବଂ କଳାହାଣ୍ଡି ଜିଲାର ୩୫ଜଣ ଛାତ୍ର ପହଞ୍ଚିଛନ୍ତି। ସମସ୍ତଙ୍କୁ ଜିଲା କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯିବା ବ୍ୟବସ୍ଥା କରାଯାଇଛି। କଳାହାଣ୍ଡି ଜିଲାର ୩୫ଜଣ ଛାତ୍ର ଭବାନୀପାଟଣା ଅଭିମୁଖେ ଯାତ୍ରା କରିଛନ୍ତି। ଲକଡାଉନରେ ଫସି ରହିଥିବା ଛାତ୍ର ନିଜ ଜିଲାକୁ ପ୍ରତ୍ୟାବର୍ତ୍ତନ କରି ଆନନ୍ଦିତ ହୋଇଛନ୍ତି। ସେମାନେ ଉଭୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଛାତ୍ରମାନେ ନିଜ ଜିଲାକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଭବାନୀପାଟଣରେ ଥିବା କୋଭିଡ-୧୯ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିଜ ନିଜ କ୍ବାରେନଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories