www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରବାସ ଫେରନ୍ତାଙ୍କ ନଖରାମୀ; ସଙ୍ଗରୋଧ କେନ୍ଦ୍ର ଛାଡ଼ି ଶତାଧିକ ଫେରାର

ବ୍ରହ୍ମପୁର: ରାଜ୍ୟବାହାରୁ ଆସୁଥିବା ପ୍ରବାସୀମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ । ସରକାରଙ୍କ ଏହି ସର୍ତ ଯିଏ ମାନିବ ତାକୁ ଓଡ଼ିଶା ଆସିବାକୁ ଅନୁମତି ମିଳିବ । ନିର୍ଧାରିତ ଫର୍ମରେ ଓଡ଼ିଶା ଫେରନ୍ତା ଆଶାୟୀମାନେ ଏହାକୁ ସମ୍ମତି ଦେଇଛନ୍ତି । ହେଲେ ଓଡ଼ିଶାରେ ପହଞ୍ଚିବା ପରେ କାଶିଆ କିଏ ନା କପିଳା କିଏ? ସରକାରୀ ନିୟମକୁ ଫୁ କରି ପ୍ରବାସୀ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଫେରାର । ପୁଣି ଜଣେ ଅଧେ ନୁହନ୍ତି, ଗଞ୍ଜାମ ଜିଲା ବେଗୁନିଆପଡ଼ା ଆଦର୍ଶ ବିଦ୍ୟାଳୟ ଓ ଜନତା ଉଚ୍ଚ ବିଦ୍ୟାଳୟରେ ସଙ୍ଗରୋଧରେ ରହିଥିବା ପ୍ରାୟ ଶତାଧିକ ଶ୍ରମିକ କୁଆଡ଼େ ପଳାଇଛନ୍ତି । ସେମାନେ କୁଆଡ଼େ ଯାଇଛନ୍ତି, କାହିଁକି ଯାଇଛନ୍ତି କାହା ପାଖରେ ଉତ୍ତର ନାହିଁ । ସୁରତରୁ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ୨ ଜଣ କରୋନା ସଂକ୍ରମିତ ଠାବ ହେବା ପରେ ଏହି ଶ୍ରମିକମାନେ ଫେରାର ହୋଇଯିବା ପୁଲିସ ଓ ପ୍ରଶାସନ ପାଇଁ ଶିରପୀଡ଼ାର କାରଣ ହୋଇଛି । କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ଶ୍ରମିକ ପଳାଇଥିବା ଖବର ପାଇ ପୁଲିସ କିଛି ଶ୍ରମିକଙ୍କୁ କାବୁ କରିଥିବା ସୂଚନା ମିଳିଛି । ଅନ୍ୟମାନଙ୍କ ପତ୍ତା ଏଯାଏ ମିଳିନାହିଁ । ସେମାନଙ୍କ ମୋବାଇଲ ଟ୍ରାକିଂ କରି ସେମାନଙ୍କୁ ଧରିବା ଉଦ୍ୟମ କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।

ଗଞ୍ଜାମ ବେଗୁନିଆପଡା ଆଦର୍ଶ ବିଦ୍ୟାଳୟ ଏବଂ ଜନତା ଉଚ୍ଚ ବିଦ୍ୟାଳୟରେ ପ୍ରାୟ  ୧୫୦ଜଣ ସୁରତ ଫେରନ୍ତା ସଂଗରୋଧ ହୋଇ ରହିଥିଲେ । ମାତ୍ର ଆଜି ସେମାନଙ୍କ ମଧ୍ୟରୁ କିଛି ଲୋକ ବାହାରେ ବୁଲୁଥିବା ଦେଖି କିଛି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୁଲିସ ଓ ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ପହଞ୍ଚିବା ବେଳକୁ କ୍ବାରେଣ୍ଟାଇନ ସେଣ୍ଟର ଖାଲି । ଏହାପରେ ପୁଲିସ ଓ ଅନ୍ୟ ଅଧିକାରୀମାନେ ପଳାଇଥିବା କିଛି ଲୋକଙ୍କୁ କାବୁକରି ପୁଣି କ୍ବାରେଣ୍ଟାଇନ ସେଣ୍ଟରକୁ ଫେରାଇ ଆଣିଛନ୍ତି । ଅନ୍ୟମାନଙ୍କୁ ଖୋଜାଖୋଜି ଚାଲିଛି  ।

- Advertisement -

କ୍ବାରେନଣ୍ଟାଇନ ସେଣ୍ଟରରେ ଗତକାଲି ରାତିରେ ଖାଲି ବିସ୍କୁଟ ଦିଆଯାଇଥିଲା ଓ ଖାଇବା ପିଇବା କଥା ନ ବୁଝାଯିବା ଯୋଗୁଁ ସେମାନେ ପଳାଇଥିଲେ ବୋଲି କିଛି ଲୋକ କହିଛନ୍ତି । ଅନ୍ୟପକ୍ଷରେ କ୍ବାରେନଣ୍ଟାଇନରେ ଥିବା ଲୋକମାନଙ୍କୁ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆବଶ୍ୟକୀୟ ସାମଗ୍ରୀ, ଖାଦ୍ୟ ପାନୀୟ ଦିଆଯାଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories