www.samajalive.in
Sunday, December 7, 2025
14.1 C
Bhubaneswar

ଜାମ୍ମୁକାଶ୍ମୀର ପଞ୍ଚାୟତ ନିର୍ବାଚନ: ଭୋଟଦାନ ଆରମ୍ଭ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଦାନ ଆରମ୍ଭ ହୋଇଛି। ଆତଙ୍କବାଦୀମାନେ ନିର୍ବାଚନକୁ ଭଣ୍ଡୁର କରିବାକୁ ଚାହୁଁଥିବାରୁ ଭୋଟଦାନ କେନ୍ଦ୍ର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶନିବାର ସକାଳ ୮ଟାରୁ ୩୨୯୬ଟି କେନ୍ଦ୍ରରେ ଭୋଟଗ୍ରହଣ ଆରମ୍ଭ ହୋଇ ଅପରାହ୍ଣ୨ଟାରେ ସରିବ। କାଶ୍ମୀରର ମୋଟ ୧,୩୦୩ ଓ ଜାମ୍ମୁର ମୋଟ ୧,୯୯୩ଟି କେନ୍ଦ୍ର ମଧ୍ୟରୁ କାଶ୍ମୀରର ୪୯୧ଟି ଓ ଜାମ୍ମୁର ୧୯୬ଟି କେନ୍ଦ୍ରକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି।
ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୮୫ ଜଣ ସରପଞ୍ଚ ଓ୧୬୭୬ ଜଣ ପଞ୍ଚ(ସଦସ୍ୟ) ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବାକି ୪୨୦ ସରପଞ୍ଚ ଓ ୧,୮୪୫ ଜଣ ପଞ୍ଚଙ୍କ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ମୋଟ ୪,୪୫,୦୫୯ ଭୋଟର ସରପଞ୍ଚମାନଙ୍କ ଓ ୨,୭୨,୭୯୨ ଜଣ ଭୋଟର ପଞ୍ଚମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ନିର୍ବାଚନର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଏନ୍‍ସି, ପିଡିପି ଓ ସିପିଆଇ(ଏମ୍‍) ନିର୍ବାଚନରୁ ଦୂରେଇ ରହିଛନ୍ତି। ଗତ ମାସରେ ଅନୁଷ୍ଠିତ ପୌର ପରିଷଦ ନିର୍ବାଚନରୁ ମଧ୍ୟ ଏହି ତିନିଦଳ ଦୂରେଇ ରହିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories