www.samajalive.in
Wednesday, December 10, 2025
18.1 C
Bhubaneswar

ସରକାରୀ ବାସଭବନ ଛାଡ଼ିଲେ ଜଷ୍ଟିସ ଗୋଗଇ

ନୂଆଦିଲ୍ଲୀ : ଚାକିରିରୁ ଅବସରର ମାତ୍ର ତିନି ଦିନରେ ୫, କୃଷ୍ଣ ମେନନ୍‌ ମାର୍ଗସ୍ଥିତ ସରକାରୀ ବାସଭବନ ଛାଡ଼ିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ। ଏତେ ଜଲ୍‌ଦି ସରକାରୀ ବାସଭବନ ଛାଡ଼ିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି। ଅବସର ନେବାର ଗୋଟିଏ ମାସ ପର୍ଯ୍ୟନ୍ତ ସେ ସରକାରୀ ବାସଭବନରେ ଅବସ୍ଥାନ କରିବାର ବ୍ୟବସ୍ଥା ତାଙ୍କ ପାଇଁ ରହିଛି; ଏହା ସତ୍ତ୍ବେ ଚଳିତ ମାସ ୧୭ରେ ଅବସର ନେଇଥିବା ଜଷ୍ଟିସ ଗୋଗଇ ଗୁରୁବାର ଏହା ପରିତ୍ୟାଗ ପୂର୍ବକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଜଷ୍ଟିସ ଗୋଗଇଙ୍କର ରାଜଧାନୀ ଦିଲ୍ଲୀରେ ନିଜସ୍ବ ଘର ନ ଥିବାରୁ ସେ ଗୁଆହାଟୀସ୍ଥିତ ନିଜ ଘରକୁ ଫେରିଯାଇଛନ୍ତି। ସେ ବୁଧବାର ସନ୍ଧ୍ୟାରେ ପତ୍ନୀ ରୂପାଞ୍ଜଳି ଓ ପୁଅ ରକ୍ତିମଙ୍କ ସହିତ ଗୁଆହାଟୀର ଗୀତାନଗରସ୍ଥିତ ବାସଭବନରେ ପହଞ୍ଚିଛନ୍ତି। ସନ୍ଧ୍ୟା ୫ଟାରେ ଗୁଆହାଟୀର ଗୋପୀନାଥ ବର୍ଦୋଲି ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନିଜ ଘରକୁ ଯାଇଥିଲେ। ଏଠାରେ ସେ ଅବଶିଷ୍ଟ ଜୀବନ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି; ତେବେ ବର୍ତ୍ତମାନ ପାଇଁ ସେ ଗୁଆହାଟୀ ହାଇକୋର୍ଟ ଦ୍ବାରା ପ୍ରଦତ୍ତ ବାସଭବନରେ ଅବସ୍ଥାନ କରିବେ। ଇତିମଧ୍ୟରେ କେନ୍ଦ୍ର ସରକାର ଜଷ୍ଟିସ ଗୋଗଇଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ସହ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ଯୋଗାଇ ଦେଇଛନ୍ତି। ଜଷ୍ଟିସ ଗୋଗଇଙ୍କ ପୂର୍ବରୁ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଜେ.ଏସ୍‌ ଖେହର ମଧ୍ୟ ଅବସର ଗ୍ରହଣ କରିବାର ସପ୍ତାହକ ପରେ ସରକାରୀ ବାସଭବନ ପରିତ୍ୟାଗ କରିଥିଲେ। ଅବସର ନେବା ପୂର୍ବରୁ ଜଷ୍ଟିସ ଗୋଗଇ ନ୍ୟାୟିକ ଅନୁଷ୍ଠାନର ମର୍ଯ୍ୟାଦା ରକ୍ଷା ପ୍ରତି ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories