www.samajalive.in
Tuesday, December 9, 2025
15.1 C
Bhubaneswar

ବିଚାରପତିଙ୍କ ପୁଅ ଓ ପତ୍ନୀଙ୍କୁ ଗୁଳି ମାଡ଼, ଜଣେ ଅଟକ

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମ ସେକ୍ଟର-୫୧ ସ୍ଥିତ ବଜାରରେ ଶନିବାର ସନ୍ଧ୍ୟାରେ ଜଣେ ବିଚାରପତିଙ୍କ ପୁଅ ଏବଂ ପତ୍ନୀକୁ ଗୁଳି ମାରି ହତ୍ୟା ଉଦ୍ୟମ କରାଯାଇଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ଗୁଳି ମାଡ଼ର କାରଣ ଜଣାପଡିନାହିଁ। ପୁଲିସ୍‍ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।
ବିଚାରପତିଙ୍କ ପୁଅ ଓ ପତ୍ନୀ ସନ୍ଧ୍ୟାରେ ସେକ୍ଟର-୫୧ସ୍ଥିତ ବଜାରକୁ କିଛି ଜିନିଷ କିଣିବାକୁ ଯାଉଥିଲେ। ସେଠାରେ ସେମାନେ ବୁଲାବୁଲି କରୁଥିବା ବେଳେ କେହି ଜଣେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଗୁଳି ମାଡ଼ ପରେ ଦୁର୍ବୃତ୍ତ ଜଣକ ବନ୍ଧୁକ ଦେଖାଇ ସେଠାରୁ ଫେରାର ହୋଇଯାଇଥିଲା। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories