www.samajalive.in
Tuesday, December 9, 2025
16.1 C
Bhubaneswar

ଜମ୍ମୁ-କାଶ୍ମୀର : ତୃତୀୟ ପର୍ଯ୍ୟାୟ ପୌର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଶ୍ରୀନଗର : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ-କାଶ୍ମୀରରେ ତୃତୀୟ ପର୍ଯ୍ୟାୟ ପୌର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯୬ଟି ୱାର୍ଡ଼ପାଇଁ ୮୪ ଜଣ ମହିଳାଙ୍କ ସମେତ ୩୬୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଜି ୮ଟି ପୌର ସଂସ୍ଥା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିଲା। ଜମ୍ମୁ-କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶାଲିନ୍‍ କାବ୍‍ଡା କହିଛନ୍ତି, ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଶତକଡ଼ା ୧୬ ଦଶମିକ ୪ ଭାଗ ମତଦାନ ହୋଇଛି । ଜମ୍ମୁ ଡିଭିଜନ୍‍ର ସାମ୍ବା ଜିଲ୍ଲାରେ ଶତକଡ଼ା ୮୨ ଭାଗ ମତଦାନ ହୋଇଛି । କାଶ୍ମୀର ଡିଭିଜନ୍‍ରେ ଶତକଡ଼ା ୩ ଦଶମିକ ୫ ଭାଗ ମତଦାନ ହୋଇଛି । ଉଡ଼ି ପୌରପାଳିକା କମିଟିରେ ସର୍ବାଧିକ ଶତକଡ଼ା ୭୫ ଦଶମିକ ୩ ଭାଗ ମତଦାନ ହୋଇଛି । ଶ୍ରୀନଗରରେ ସବୁଠୁ କମ୍‍ ଶତକଡ଼ା ୧ ଦଶମିକ ୮ ଭାଗ ମତଦାନ ହୋଇଛି ।

ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ମତଦାନରେ ୪୭.୨ ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories