www.samajalive.in
Tuesday, December 9, 2025
15.1 C
Bhubaneswar

ବିଜେଡି, କଂଗ୍ରେସକୁ ଟାର୍ଗେଟ କଲେ ଯୋଗୀ; କହିଲେ ନୂଆ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର

ରାଉରକେଲା: ଓଡ଼ିଶାରେ ବିଜେଡି ସରକାର ଅନେକ ଦୁର୍ନୀତିରେ ଲିପ୍ତ ରହିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି। ସେହିପରି କଂଗ୍ରେସ ଦେଶକୁ ରସାତଳକୁ ଠେଲି ଦେଇଛି। କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ ମାଡ଼ି ଆସିଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସୋମବାର ରାଉରକେଲାରେ ଆୟୋଜିତ ବିଜେପିର ନିର୍ବାଚନୀ ପ୍ରଚାର ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଥିଲେ। ଓଡ଼ିଶାର ବିକାଶ ସହିତ ଏକ ନୂଆ ଓଡ଼ିଶା ଗଠନ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ।

ଯୋଗୀ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, କଂଗ୍ରେସ, ବିଜେଡି ଏବଂ ଟିଏମସି ପାଇଁ ଯାହା ସବୁ ଅସମ୍ଭବ ଥିଲା ମୋଦୀ ତାହା କରି ଦେଖାଇଛନ୍ତି। ୫ବର୍ଷ ପୂର୍ବରୁ ଦେଶର କୋଟି କୋଟି ଲୋକଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଘର ଦିଆଯାଇଛି। କୋଟି କୋଟି ଲୋକଙ୍କ ଘରେ ଶୌଚାଳୟ ନ ଥିଲା। ସାଢ଼େ ୯କୋଟି ପରିବାରକୁ ଶୌଚାଳୟ ଦିଆଯାଇଛି। ୭ କୋଟି ଗରିବ ମହିଳାଙ୍କ ଘରେ ଏଲପିଜି ଗ୍ୟାସ ଏବଂ ୪ କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ନାନ ନିଧି ଯୋଜନାରେ ସାଢ଼େ ୧୨ କୋଟି କୃଷକ ପରିବାରକୁ ବର୍ଷକୁ ୬ ହଜାର ଟଙ୍କା ସହାୟତା ଦିଆଦିବାର ବ୍ୟବସ୍ଥା ହୋଇଛି। ବିଜେପି ସରକାର ୩୭ କୋଟି ଗରିବଙ୍କର ଜନଧନ ଆକାଉଣ୍ଟ ଖୋଲିଛି। ଯୁବଗୋଷ୍ଠୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନାରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ବାସ୍ଥ୍ୟସେବା ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଏସବୁ ଯୋଜନା ମୋଦୀ କରିଛନ୍ତି, ଯାହା କେବେ କଂଗ୍ରେସ କି ବିଜେଡ଼ି କରିପାରି ନ ଥିଲା। ମୋଦୀଙ୍କ ପାଇଁ ଓଡ଼ିଶାରେ ସ୍ମାର୍ଟ ସିଟି ହୋଇପାରିଛି ବୋଲି ସେ କହିଛନ୍ତି।

- Advertisement -

ଗରିବ ଏବଂ ଯୁବଗୋଷ୍ଠୀଙ୍କ ବିକାଶ ପାଇଁ ବିଜେଡି ଓ କଂଗ୍ରେସ ପାଖରେ କୌଣସି ଏଜେଣ୍ଡା ନାହିଁ। ବିଜେଡି ସରକାର ଟିଟ୍‌ଫଣ୍ଡଠାରୁ ଆରମ୍ଭ କରି ଶୌଚାଳୟ ଏବଂ ଅନେକ ଦୁର୍ନୀତିରେ ସମ୍ପୃକ୍ତ ରହିଛି। ଓଡ଼ିଶାରେ ଭରପୂର ସମ୍ପତ୍ତି ରହିଛି କିନ୍ତୁ ରାଜ୍ୟ ସମୃଦ୍ଧ ହୋଇପାରି ନାହିଁ। ଓଡ଼ିଶାର ସମ୍ପତ୍ତିକୁ ଓଡ଼ିଶାର  ବିକାଶ ଏବଂ ଦେଶର ବିକାଶରେ ବିନିଯୋଗ କରାଯିବା ଉଚିତ। ଏହା କେବଳ ବିଜେପି କରିପାରିବ। ଓଡ଼ିଶାରେ ବିଜେପି ସରକାର ଆସିଲେ ଦିଲ୍ଲୀ ଏବଂ ଓଡ଼ିଶାରେ ଏକାସାଙ୍ଗରେ ଗୋଟିଏ ସରକାର ରହିବେ। ଡବଲ ଇଞ୍ଜିନର ଏହି ସରକାର ଓଡ଼ିଶାର ବିକାଶକୁ ଏକ ନୂଆ ସ୍ତରକୁ ନେଇଯିବ ଏବଂ ଏକ ନୂଆ ଓଡ଼ିଶାର ବିକାଶ ଲାଗି ଆମେ ସମସ୍ତେ ମିଳିମିଶ କାମ କରିବା ବୋଲି ଯୋଗୀ କହିଥିଲେ।

ସେହିପରି କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ, କଂଗ୍ରେସ ସରକାର ସମୟରେ ଚୀନ ଭାରତୀୟ ସୀମାରେ ପଶୁଥିଲା। ପାକିସ୍ତାନ ଆମ ସୈନିକଙ୍କ ମୁଣ୍ଡ କାଟୁଥିଲେ। କିନ୍ତୁ ମୋଦୀ ପ୍ରଧାନ ମନ୍ତ୍ରୀ ହେବା ପରେ ଚୀନ ଭାରତରେ ପ୍ରବେଶ କରିବାକୁ ସାହସ କରୁନାହିଁ। ପାକିସ୍ତାନ ଭାରତରେ ଆକ୍ରମଣ କଲେ ସେହି ଦେଶରେ ପଶି ଭାରତୀୟ ସେନା ଆକ୍ରମଣ କରିଛି। ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାର କରିପାରିଛି।

ହାୱାଇ ଚପଲରେ ଉଡ଼ୁଥିବା ବ୍ୟକ୍ତି ହାୱାଇ ଜାହାଜରେ ଉଡ଼ିବେ:-

ରାଉରକେଲାରେ ଥିବା ଏକ ଛୋଟିଆ ବିମାନ ଟର୍ମିନାଲ ଆଜି ବଡ଼ ଟର୍ମିନାଲରେ ପରିଣତ ହେବାକୁ ଯାଉଛି। ଉଡାନ ଯୋଜନାରେ ରାଉରକେଲାର ଏହି ବିମାନବନ୍ଦର ସାମିଲ ହେବା ପରେ ଏଠାରେ ହାୱାଇ ଚପଲ ପିନ୍ଧୁଥିବା ବ୍ୟକ୍ତି ହାୱାଇ ଜାହାଜରେ ଉଡ଼ାଣ କରିପାରିବେ। ମୋଦୀ ସରକାର ଏହାକୁ ସାକାର କରିବାକୁ ଯାଉଛନ୍ତି ବୋଲି ଯୋଗୀ କହିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories