www.samajalive.in
Monday, December 8, 2025
24.1 C
Bhubaneswar

ମଞ୍ଚସ୍ଥ ହେଲା ନାଟକ ‘ଯୋଡ଼ା ଯାଆଁଳା’

ଭୁବନେଶ୍ୱର: ପ୍ରକୃତିରୁ ସୃଷ୍ଟି ଏ ଜୀବନଜଗତ। ଏହି ଜୀବନଜଗତକୁ ସୃଷ୍ଟି କରୁ କରୁ ପ୍ରକୃତି ଦ୍ୱାରା କିଛି ଅଦ୍ଭୂତ ସୃଷ୍ଟି ମଧ୍ୟ ହୋଇଛି। ଏପରି ସୃଷ୍ଟି ଏକ ‘ଯୋଡ଼ା ଯାଆଁଳା’। ଯାହାକୁ ଆଜି ବିଜ୍ଞାନ ଯୁଗରେ ଅଲଗା କଲେ ତାହା ଅସଫଳ ହୁଏ। ସବୁ କିଛି ପ୍ରକୃତିର ସୃଷ୍ଟି ଆଗରେ ହାର ମାନି ଯାଏ। ପ୍ରଳୟ ଆସେ। ସୃଷ୍ଟି ବିନାଶ ହୋଇଯାଏ। ଯେପରି ଅନୁଭବ ହୁଏ ଅଦ୍ଭୁତ ସୃଷ୍ଟିଟି ସବୁଦିନ ପାଇଁ ଏକ ହୋଇ ରହିବାକୁ ଜନ୍ମ ହୋଇଛି। ଅଲଗା ହେବା ପାଇଁ ନୁହେଁ। ଏମିତି କିଛି ଭୌଗଳିକ ପରିବେଶ, ସୀମାରେଖା ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଛି। କିନ୍ତୁ ଆଜିର ସମାଜରେ ମନୁଷ୍ୟ ନିଜର ସ୍ୱାର୍ଥ ସାଧନ ପାଇଁ କୃତ୍ରିମ ଉପାୟରେ ତାକୁ ନିଜ ମନ ମୁତାବକ ଭାଗ ଭାଗ କରୁଛି। ଯାହାଦ୍ୱାରା ବାଦ ବିବାଦ, ହିଂସା ପରିବେଶ ସୃଷ୍ଟି ହେଉଛି। ଶେଷରେ ଅମିମାଂସିତ, ଅସମାଧାନ ବସ୍ତୁର ଉଦାହରଣ ହୋଇ ରହିଯାଉଛି। ପ୍ରକୃତି ଯାହାକୁ ଯେମିତି ଗଠନ କରିଛି, ସେଥିର ମନୁଷ୍ୟ କୃତ ବିଶୃଙ୍ଖଳା, ବିଘଟନ ହସ୍ତକ୍ଷେପ ଉଚିତ ନୁହେଁ। ତାହେଲେ ଯାଇ ଏ ଜୀବନ ଜଗତ ବଞ୍ଚିବ। ଏ ସଂସାର ରହିବ। ବସୁଦେବ କୁଟୁମ୍ବଙ୍କ।

 

- Advertisement -

ଏଭଳି ବିଷୟବସ୍ତୁକୁ ନେଇ ଅଭିନେତା ଶରତ ସମ୍ରାଟଙ୍କ ଦ୍ୱାରା ରଚିତ ଓ ନିର୍ଦେଶିତ ନାଟକ ‘ଯୋଡ଼ା ଯାଆଁଳା ‘ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି। ଏଥିରେ ଶରତ ସମ୍ରାଟଙ୍କ ସହ ଅନନ୍ୟା, ରାଜେନ୍ଦ୍ର, କୃଷ୍ଣ, ହର, ପ୍ରଦୀପ, ଦୀପ୍ତି, ଅଲିଭା, ସୁନିତା, ସସ୍ମିତା, ପ୍ରିୟଙ୍କା, ଦେବସ୍ମିତା, ଗୁନୁ, କୁନାଲ, ସତ୍ୟ, ରଘୁନାଥ, ବିରଞ୍ଚି, ଗୌର, ସୁବ୍ରତ, ସୁମନ, ସୁଜିତ, ବିବେକ, ପ୍ରିୟରଞ୍ଜନ ପ୍ରମୁଖ ଜୀବନ୍ତ ଅଭିନୟ କରିଥିଲେ। ‘ସମ୍ରାଟ ସିଏ କଳାର ପୂଜାରୀ’ ଏବଂ ଭାରର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ମଞ୍ଚସ୍ଥ ହୋଇଥିବା ଏହି ଭିନ୍ନଧରଣର ନାଟକ ‘ଯୋଡ଼ା ଯାଆଁଳା’ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ବେଶ ସହାୟକ ହୋଇଥିଲା।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories