www.samajalive.in
Monday, December 8, 2025
27.1 C
Bhubaneswar

ଯୋଡ଼ା ଓ ଚମ୍ପୁଆ ସହରବାସୀଙ୍କ ପ୍ରତି ଘରକୁ ମିଳିବ ବିଶୁଦ୍ଧ ପାନୀୟ ଜଳ, ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୦୩.୮୫୫କୋଟି

ଭୁବନେଶ୍ୱର : ଯୋଡ଼ା ଓ ଚମ୍ପୁଆ ସହରବାସୀଙ୍କ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରକଳ୍ପ ନିମନ୍ତେ ଟେଣ୍ଡର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଅଗଷ୍ଟ ୨୦୨୩ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରହିଥିବାବେଳେ ରାଜ୍ୟ ସରକାର ଏଥି ପାଇଁ ୧୦୩.୮୫୫ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିପରି ୧୫୫୫ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନତି। ଏହି ପାନୀୟ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସୁନ୍ଦରଗଡ଼, କଟକ ଓ କେନ୍ଦୁଝରର ୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଉପକୃତ ହେବେ। ସେହିପରି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।


ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ୧.୫ କୋଟି କୋଭିଡ୍‌-୧୯ ପରୀକ୍ଷଣ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶାର ମହାମାରୀ ବିରୋଧୀ ସଂଗ୍ରାମକୁ ସଶକ୍ତ କରିଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପରୀକ୍ଷଣ ବୃଦ୍ଧି ନିମନ୍ତେ ସେମାନଙ୍କର ଅକ୍ଳାନ୍ତ କଠିନ ପରିଶ୍ରମ ପାଇଁ ସେ ପ୍ରଶଂସା କରିଛନ୍ତି ସରକାରୀ ବିଦ୍ୟାଳୟର ରୂପାନ୍ତରଣ ଓ ଶିକ୍ଷାଦାନର ମାନ ବୃଦ୍ଧିରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏହା ଅଧୀନରେ ବରଗଡ଼ ଜିଲ୍ଲା କନଗାଁ ଉଚ୍ଚ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ସହ ବିଜ୍ଞାନାଗାର, କମ୍ପୁ୍ୟଟର ଲ୍ୟାବ୍‌ ପରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories