www.samajalive.in
Saturday, December 6, 2025
26.1 C
Bhubaneswar

ଚାକିରି ନାଁରେ ଠକେଇ ଅଭିଯୋଗ; ୪ ଦଲାଲ ଗିରଫ

 

ଝାରସୁଗୁଡ଼ା: ଚାକିରି ନାଁରେ ଠକେଇ ଅଭିଯୋଗରେ ଗୁରୁବାର ବଡ଼ମାଳ ପୁଲିସ ୪ ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ କାର, ୫୪ ହଜାର ଟଙ୍କା ଜବତ କରିବାସହ ୪୦-୫୦ ଜଣଙ୍କର ବୟୋଡାଟା ପୁଲିସ ଜବତ କରିଛି । ଏହି ରାକେଟ୍‌ର ଚେର କେଉଁ ଯାଏଁ ଲମ୍ବିଛି ଏବଂ କିଏ କିଏ ଏହି ଗ୍ୟାଙ୍ଗରେ ସାମିଲ ଅଛନ୍ତି ସେନେଇ ପୁଲିସ ଅଧିକ ଖୋଳତାଡ ଜାରି ରଖିଛି ।

- Advertisement -

ସୂଚନାଯୋଗ୍ୟ, ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କମ୍ପାନୀରେ ଚାକିରି କରି ଦେବାକୁ କହି କିଛି ଦଲାଲ ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଲୁଟୁଥିଲେ । ସେମାନଙ୍କ ଠାରୁ ଟଙ୍କା ଓ ବାୟୋଡାଟା ନେଲା ପରେ ଆଉ ଧରାଛୁଆଁ ଦେଉ ନଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଂପୃକ୍ତ ଦଲାଲମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବେଦାନ୍ତ କମ୍ପାନୀ ଗେଟ୍‌ ସାମ୍ନାରୁ ଗିରଫ କରିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories