www.samajalive.in
Tuesday, December 9, 2025
16.1 C
Bhubaneswar

ଜେଏନୟୁ ହଷ୍ଟେଲ ଫି ମାମଲା – ଛାତ୍ରସଂଘ ଆବେଦନ ଶୁଣିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହଷ୍ଟେଲ ମାନୁଆଲ ସଂଶୋଧନ କରି ଫି ବୃଦ୍ଧି ନିଷ୍ପତ୍ତିକୁ ବିରୋଧ କରୁଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ଆବେଦନର ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେଵ। ଛାତ୍ରସଂଘ ଫି ବୃଦ୍ଧି ନିଷ୍ପତ୍ତିକୁ ଆଇନ ବିରୋଧୀ, ମନମୁଖୀ ଓ ଛାତ୍ର ବିରୋଧୀ ବୋଲି କହିଛି। ବିଚାରପତି ଜଷ୍ଟିସ ରବି ସାକଧର ଏହି ମାମଲାର ଶୁଣାଣି କରିବେ। ହଷ୍ଟେଲ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିରୋଧ କରି ଜେଏନୟୁ ଛାତ୍ରସଂଘ ଗତ ମଙ୍ଗଳବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥଲା।

ଛାତ୍ରସଂଘ କୋର୍ଟଙ୍କୁ ଏହି ମାମଲାରେ ରହିତାଦେଶ ଜାରି କରିବାକୁ ପ୍ରାର୍ଥନା କରିଛନ୍ତି। ଏ ନେଇ ବିଳମ୍ବ ଶୁକ୍ଳ ଲାଗୁ ନ କରିବା ଓ ଅନ୍ୟ କୌଣସି ପ୍ରତିକୂଳ ପଦକ୍ଷେପ ନ ନେବା ପାଇଁ ସଂଘ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ଛାତ୍ରସଂଘ ପକ୍ଷରୁ ଅଭିକ ଚିମିନି, ଅମନ ଶୁକ୍ଲା, ମୟଙ୍କ ଗୋଏଲ, ଆରତୀ, ସଭାନେତ୍ରୀ ଐଶ୍ୱ ଘୋଷ ଏବଂ ଉପସଭାପତି ସାକେତ ମୂନ ଏହି ଆବେଦନ କରିଛନ୍ତି। ହଷ୍ଟେଲ ଫି ବୃଦ୍ଧି ଫଳରେ ସଂରକ୍ଷିତ ବର୍ଗ ଛାତ୍ରଛାତ୍ରୀଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ସେମାନେ ଦର୍ଶାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories