www.samajalive.in
Sunday, December 7, 2025
16.1 C
Bhubaneswar

ଜିଓ ନ୍ୟୁଜ୍ ଏବେ ଜିଓ ଫାଇବର୍ ସେଟ୍ ଅପ୍ ବକ୍ସରେ

ଭୁବନେଶ୍ୱର: ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ପୁଣି ଏକ ରୋମାଂଚକର ସେବା ଉପଲବ୍ଧ ହୋଇଛି । ଲୋକପ୍ରିୟ ନ୍ୟୁଜ୍ ଆପ୍ ଜିଓ ନ୍ୟୁଜ୍ ବର୍ତମାନ ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ଜିଓ ସେଟ୍‌-ଟପ୍‌-ବକ୍ସରେ ଉପଲବ୍ଧ ହୋଇଛି । ବ୍ରେକିଂ ନ୍ୟୁଜ୍‌, ଭିଡିଓ, ମାଗାଜିନ (ପତ୍ରିକା), ଖବରକାଗଜ, ଏବଂ ଫଟୋ ଗ୍ୟାଲେରୀ ସହିତ ଅନ୍ୟାନ୍ୟ ବହୁ ସେବା ପାଇଁ ଜିଓ ନ୍ୟୁଜ୍ ଆପ୍ ଏକକ ସମାଧାନର ସୂତ୍ର ହୋଇଛି ।

ଓଡ଼ିଶାରେ ଜିଓ ଫାଇବର ଉପଲବ୍ଧ ହେଉଥିବା ୧୩ ଟି ସହରର ଜିଓ ଫାଇବର ଉପଭୋକ୍ତା ଏବେ ଜିଓ ନ୍ୟୁଜ୍ ବ୍ୟବହାର କରିପାରିବେ । ଜିଓ ଫାଇବର ସେବା ଏବେ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ଭବାନୀପାଟଣା, ଯାଜପୁର ରୋଡ୍‌, ପୁରୀ, ଝାରସୁଗୁଡା, କୋରାପୁଟ, ଅନଗୁଳ, କେନ୍ଦ୍ରାପଡା ଏବଂ ସୁନ୍ଦରଗଡ ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହୋଇଥିବା ବେଳେ ଆଗାମୀ ଦିନରେ ବ୍ରଜରାଜନଗର, ଜଟଣୀ ଓ ଜଗତସିଂହପୁର ସମେତ ରାଜ୍ୟର ଅନେକ ନୂତନ ସହର ଏବଂ ମଧ୍ୟମ ସହରାଚଂଳରେ ଆରମ୍ଭ ହେବାକୁ ଯାଉଛି ।

- Advertisement -

ଜିଓ ନ୍ୟୁଜ୍ ଟପ୍ ସମ୍ବାଦ ଉତ୍ସର ନ୍ୟୁଜ୍ ଆଲର୍ଟ, ୩୫୦ରୁ ଉର୍ଦ୍ଧ୍ୱ ଇ-ଖବରକାଗଜ, ୮୦୦ରୁ ଅଧିକ ଲୋକପ୍ରିୟ ପତ୍ରିକା (ମାଗାଜିନ), ଲକ୍ଷ ଲକ୍ଷ ଟ୍ରେଣ୍ଡିଂ ଭିଡିଓ ଏବଂ ଫଟୋରୁ ଆରମ୍ଭ କରି ବ୍ରେକିଙ୍ଗ୍ ନ୍ୟୁଜ୍ ସମ୍ପର୍କିିତ ସୂଚନା ପ୍ରଦାନ କରିଥାଏ । ଉପଭୋକ୍ତାମାନେ ଓଡ଼ିଆ ସମେତ ଏହି ଆପ୍‌ରେ ଉପଲବ୍ଧ ୧୨ରୁ ଅଧିକ ଭାଷା ମଧ୍ୟରୁ ନିଜର ମନପସନ୍ଦର ଭାଷାରେ କାର୍ୟ୍ୟକ୍ରମ ଏବଂ ସେମାନଙ୍କର ପ୍ରିୟ ସମ୍ବାଦ ଉତ୍ସଗୁଡିକ ଚୟନ କରି ଉପଭୋଗ କରିପାରିବେ ।

ଜିଓ ସେଟ୍‌-ଟପ୍‌-ବକ୍ସରେ ଜିଓ ନ୍ୟୁଜ୍‌ର ସମ୍ମିଳନ ସହିତ ଜିଓ ଫାଇବର ଉପଭୋକ୍ତାମାନେ ବର୍ତର୍ମାନ ବହୁ ଅଗ୍ରଣୀ ଅନ୍‌ଲାଇନ୍ ନ୍ୟୁଜ୍ ଉତ୍ସରୁ ଖବରକାଗଜ, ପତ୍ରିକା, ଭିଡିଓ, ଫଟୋ ଏବଂ ଟ୍ରେଣ୍ଡିଂ ନ୍ୟୁଜ୍ ଦେଖିପାରିବା ସହିତ ସେଗୁଡିକର ବ୍ୟାପକ ସମ୍ଭାରକୁ ମଧ୍ୟ ଉପଭୋଗ କରିପାରିବେ, ଯାହାମଧ୍ୟରେ ପ୍ରାୟ ୨୦ଟି ଓଡିଆ ଆଂଚଳିକ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ ରହିଛି । ଜିଓ ନ୍ୟୁଜ୍‌ର ସଂଯୋଗ ସହିତ ଜିଓ ଫାଇବର ଗ୍ରାହକମାନଙ୍କୁ ଜିଓର ନିଜସ୍ୱ ଜିଓ ସିନେମା, ଜିଓ ସାୱନ ଏବଂ ଜିଓ ଟିଭି ପ୍ଲସ୍ ଉପଭୋଗ କରିବାର ସୁବିଧା ମିଳିବା ସମେତ ମନୋରଂଜନ, ସ୍ୱାସ୍ଥ୍ୟ, ସଙ୍ଗୀତ, କ୍ରୀଡା, ଶିକ୍ଷା, ସମ୍ବାଦ ଏବଂ ଅନ୍ୟାନ୍ୟ ବିଭିନ କ୍ଷେତ୍ରରେ ଲୋକପ୍ରିୟ ଓଟିଟି ଆପସ୍‌ଗୁୁଡିକ ମଧ୍ୟ ଉପଲବ୍ଧ ହୋଇପାରିବ ।

ପଠନ କ୍ଷେତ୍ରରେ ସବୋର୍ତମ ଅଭିଜ୍ଞତା ଏବଂ ସୁବିଧା ପ୍ରଦାନ କରିବାକୁ ଜିଓ ନ୍ୟୁଜ୍ ଉପଭୋକ୍ତାମାନଙ୍କୁ ଜୁମ୍ ଇନ୍ / ଜୁମ୍ ଆଉଟ୍ ସୁବିଧା ଉପଲବ୍ଧ କରାଇବା ସହିତ ‘ପେଜ୍ ଭିୟୁ’ ଓ ‘ଫୁଲ ସ୍କ୍ରିନ୍ ଭିୟୁ’ ମଧ୍ୟରେ ଏକ ସୁଇଚ୍ ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ଜିଓ ନ୍ୟୁଜ୍ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଜଣଙ୍କୁ ଶ୍ରେଷ୍ଠ ଅନୁଭୁତି ପ୍ରଦାନ କରିବା ଲାଗି ଜଣଙ୍କର ପ୍ରିୟ ଖବରକାଗଜର ଆଜିର ସଂସ୍କରଣରେ ‘ୟୋର ପେପରସ୍‌’ ବ୍ୟବସ୍ଥା କରିବା ଜଣେ ପଠନ ଜାରି ରଖିଥିବା ପତ୍ରିକା ପାଇଁ ‘କଂଟିନ୍ୟୁ ରିଡିଂ’ ବ୍ୟବସ୍ଥାରେ ବୁକମାର୍କ ସୁବିଧା ମଧ୍ୟ ଉପଲବ୍ଧ କରାଉଛି । ଜଣେ ନିଜର ରୁଚିପୂର୍ଣ୍ଣ ବିଷୟବସ୍ତୁକୁ ଖୋଜି ପାଇବା ଏବଂ ଟ୍ରେଣ୍ଡିଂ ପ୍ରସଙ୍ଗଗୁଡିକରୁ ବିଷୟ ଚୟନ କରିବା ପ୍ରକ୍ରିୟାକୁ ସହଜ କରିବା ଲାଗି ମଧ୍ୟ ଭଏସ୍ ସର୍ଚ୍ଚ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

ସାରା ଦେଶରେ ଲକଡାଉନ୍‌କୁ ନେଇ ସୃଷ୍ଟ କଠିନ ସମୟରେ ଜିଓ ଫାଇବର ଓଡିଶାର ଗ୍ରାହକଙ୍କ ପାଇଁ ନିରବିଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗକୁ ସୁନିଶ୍ଚିତ କରିଛି । ଜିଓ ଫାଇବର ଟିମ୍ ଦ୍ୱାରା ଏଦିଗରେ ତ୍ୱରିତ ପଦକ୍ଷେପ ନିଆଯାଇ ନିରନ୍ତର ସେବା ଯୋଗାଇ ଦିଆଯାଇଥିବାରୁ ଏହା ଓଡ଼ିଶାର ବିଭିନ୍ନ ସହରରେ ଜିଓ ଫାଇବର ଗ୍ରାହକଙ୍କୁ ଆନନ୍ଦିତ କରିପାରିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories