www.samajalive.in
Saturday, December 6, 2025
26.1 C
Bhubaneswar

ଘର ଭାଙ୍ଗିବା ସହ ଚାଉଳ ଖାଇଗଲା ଗୋଠଛଡ଼ା ଦନ୍ତା

ଝୁମ୍ପୁରା: ଚମ୍ପୁଆ ରେଞ୍ଜ ଉଖୁଣ୍ଡା ବନାଞ୍ଚଳ ବାରିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଗୋଠଛଡା ଦନ୍ତା ପଶି ଘର ଭାଙ୍ଗିବା ସହ ଚାଉଳ ଖାଇଯାଇଥିବା ଦେଖିବାକୁ ମିଳିଛି। ଉଖୁଣ୍ଡା ବନପାଳଙ୍କଠାରୁ ମିଳିଥିବା ସୂଚନାରୁ ଜଣାଯାଏ ଯେ, ସଦର ରେଞ୍ଜର ଜଳିପଦା ଜଙ୍ଗଲରେ ରହିଥିବା ଗୋଠଛଡା ଦନ୍ତା ହାତୀ ଉଖୁଣ୍ଡା ବନପାଳ ଅଧିନକୁ ପଶିଥିଲା। ହାତୀଟି ବାରିଆ ଗ୍ରାମରେ ପଶି ବିଜୟ କୁମାର ନାଏକଙ୍କ ଘରର କାନ୍ଥ ଭାଙ୍ଗିବା ସହିତ ଘର ଭିତରେ ଥିବା ଦୁଇ ବସ୍ତା ଚାଉଳ ଖାଇଯାଇଛି। ସେହିପରି ଗ୍ରାମର ସମରା ମୁଣ୍ଡାଙ୍କ କବାଟ ଭାଙ୍ଗି ଦେଇଛି। ବାରିଆ ସ୍କୁଲର ରୋଷେଇ ଘରର କବାଟ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ହାତୀଟି ନିଶ୍ଚିନ୍ତପୁର ଜଙ୍ଗଲରେ ଆଶ୍ରୟ ନେଇଛି ବୋଲି ଉଖୁଣ୍ଡା ବନପାଳ ପ୍ରମୋଦ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି। ରାତିରେ ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ବନପାଳ ପ୍ରକାଶ କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories