www.samajalive.in
Saturday, December 6, 2025
26.1 C
Bhubaneswar

ବେଦାନ୍ତରେ ପ୍ରଜାପତି ଉଦ୍ୟାନ, ବିରଳ ପ୍ରଜାତି ସଂରକ୍ଷଣ ପ୍ରୟାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ ପକ୍ଷରୁ ନୂତନ ପ୍ରଜାପତି ଉଦ୍ୟାନ ପ୍ରତିଷ୍ଠା କରାଯାଇଛି। ଉଦ୍ୟାନରେ ୧୦୦ରୁ ଅଧିକ ପ୍ରଜାତିର ଉଦ୍ଭିଦ ସମେତ ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତି ପ୍ରଜାପତିଙ୍କୁ ଆକର୍ଷିତ କରିବା ପ୍ରୟାସ କରାଯାଇଛି ବୋଲି କୁହାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ବେଦାନ୍ତ ଆଲୁମିନିୟମ ଦୃଢ ଭାବରେ ବିଶ୍ୱାସ କରେ ଯେ ଜୈବ ବିବିଧତାର ବିକାଶ ପରିବେଶ, ସମାଜ ଓ ଶାସନ ଉପରେ ପ୍ରଭାବ ପକାଇବ । ଏହା ଦ୍ୱାରା ବିଲୁପ୍ତ ପ୍ରାୟ ପ୍ରଜାତିର ବାସସ୍ଥାନର ପୁନରୁଦ୍ଧାର ଓ ସଂରକ୍ଷଣ ହୋଇପାରିବ । ପ୍ରଜାପତି ଉଦ୍ୟାନ ପରି ପଦକ୍ଷେପ ମାଧ୍ୟମରେ ବେଦାନ୍ତ ମିଳିତ ଜାତି ସଂଘର ଆଭିମୁଖ୍ୟରେ ନିଜକୁ ସାମିଲ କରିଛି ବୋଲି କୁହାଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମ ସିଇଓ ସୁନୀଲ ଗୁପ୍ତା କହିଛନ୍ତି ସ୍ଥାନୀୟ ଉଦ୍ଭିଦ ଓ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ସ୍ଥାନୀୟ ଗୋଷ୍ଠୀ ସହାୟତାରେ ଆମର ପରିବେଶ ପରିଚାଳନା ଦାୟିତ୍ୱ ଆହୁରି ମଜବୁତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ଉଦ୍ୟାନ ପ୍ରତିଷ୍ଠା କରି ଆମେ ଆମ ପରିବେଶର ବିକାଶ ଓ ଭବିଷ୍ୟତ ଲାଗି ଏକ ସବୁଜ ତଥା ସ୍ଥାୟୀ ପରିବେଶ ଗଠନରେ ସହାୟକ ହେବୁ।
କମ୍ପାନୀ ପକ୍ଷରୁ କୁହାଯାଇଛି ବିଶ୍ୱ ପରିବେଶ ସପ୍ତାହ ଓ ଜୈବ ବିବିଧତା ସପ୍ତାହର ଏକ ଅଂଶ ଭାବରେ କମ୍ପାନୀ ଏହାର ବାର୍ଷିକ ଆଭିମୁଖ୍ୟରେ ସବୁଜ ହୃଦୟ ଅଭିଯାନରେ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ବିଭିନ୍ନ କାର୍ୟ୍ୟକ୍ରମ ମଧ୍ୟରୁ ସ୍ବଚ୍ଛତା ଅଭିଯାନ, ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ସଚେତନତା ସୃଷ୍ଟି, ଦୁର୍ବଳ ପ୍ରଜାତି ଉଦ୍ଭିଦ କ୍ଲୋରୋସ୍କିଲନ ସୁଇଟେନିଆର ଚାରାରୋପଣ ସହିତ ଭିନ୍ନ ଭିନ୍ନ କାର୍ୟ୍ୟକ୍ରମ ମାଧ୍ୟମରେ ସଚେତନତା କରାଯାଉଛି। ସ୍ଥାନୀୟ ଗୋଷ୍ଠୀ ସହିତ ମିଶି ବେଦାନ୍ତ ଆଲୁମିନିୟମ ସଫଳତାର ସହ ବହୁ ସଂଖ୍ୟକ ଚାରାରୋପଣ କରିଛି ଓ ପରିବେଶକୁ ସବୁଜ ସୁନ୍ଦର କରିବା ସହ କାର୍ବନ ସିଙ୍କ ସୃଷ୍ଟି କରିଛି ବୋଲି କମ୍ପାନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories