www.samajalive.in
Saturday, December 6, 2025
26.1 C
Bhubaneswar

ବ୍ୟବସାୟୀଙ୍କୁ ମାଡ ମାରି ଅପହରଣ ଉଦ୍ୟମ ଘଟଣା: ୪ ଗିରଫ

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି କାଈଁଶୀର ରୋଡ ସ୍ଥିତ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାରଙ୍କ
କାର‌୍ୟ୍ୟାଳୟକୁ ଶନିବାର ରାତ୍ରି ପ୍ରାୟ ସାଢ଼େ ୬ଟା ସମୟରେ ଅଚାନକ କିଛି ଶିଖ ଯୁବକ ପ୍ରବେଶ କରି ତାଙ୍କୁ ମାଡ ମାରିବା ସହିତ ଅପହରଣ କରି ନେଇଥିବା ଘଟଣାରେ ଅଇଁଠାପାଲି ପୁଲିସ ୪ ଜଣଙ୍କୁ ଗିରଫ କରିଛି । ପୁଲିସର ସୂଚନା ଅନୁଯାୟୀ, ମନୋଜ ବହିଦାର ଟ୍ରାନ୍ସପୋର୍ଟ ବ୍ୟବସାୟ କରନ୍ତି। ଝାରଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲାର ମୂଳ ନିବାସୀ ତଥା ଏବେ ବରେଇପାଲି ଠାରେ ରହୁଥିବା ରମଦୀପ ସିଂଙ୍କ ୫ଟି ୧୨ ଚକିଆ ଡମ୍ଫର ଗାଡିକୁ ସେ କଥାବାର୍ତ୍ତା ହେବା ପରେ ମନୋଜ ବହିଦାରଙ୍କୁ ଭଡାରେ ଦେଇଥିଲେ । ଏ ସମ୍ପର୍କରେ ୩୦ ହଜାର ଟଙ୍କା ଦେବାର ବାକି ରହିଥିବା ବେଳେ ମନୋଜ ବହିଦାର ଉକ୍ତ ଟଙ୍କା ରମନଦୀପ ସିଂହଙ୍କୁ ଦେବାରେ ବିଳମ୍ବ କରିଥିଲେ । ଏହାକୁ ନେଇ ରମଣଦୀପ ସିଂହ ଶନିବାର ସନ୍ଧ୍ୟାରେ ମନୋଜ ବହିଦାରଙ୍କ କାର‌୍ୟ୍ୟାଳୟକୁ ତାଙ୍କର କିଛି ସର୍ମ୍ପକୀୟଙ୍କ ସହିତ ଯାଇ ଏକ ଧାରୁଆ ଅସ୍ତ୍ର ଦେଖାଇ ମାଡ ମାରି ଅପହରଣ କରି ବରେଇପାଲି ଗୁରୁଦ୍ୱାରା ନିକଟକୁ ନେଇ ଯାଇଥିଲେ । ଏହି ସମୟ ମଧ୍ୟରେ ପୀଡିତ ବ୍ୟକ୍ତିଙ୍କ ନିକଟରୁ ନଗଦ ୩୦ ହଜାର ଟଙ୍କା ସହିତ ୟୁପିଆଇ ଜରିଆରେ ୩୦ ହଜାର ଟଙ୍କା ନେଇଥିଲେ ।

ମନୋଜ କୌଣସି ମତେ ବର୍ତ୍ତି ଯାଇ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ତଦନ୍ତ ସମୟରେ ପୁଲିସ ରମନଦୀପ ସିଂହ, ସାଥି ତଥା ପଞ୍ଜାବ ରାଜ୍ୟ ଅମୃତସର ଜିଲାର ନିବାସୀ ମନପ୍ରିତ ସିଂ, ଝାରଖଣ୍ଡ ରାଜ୍ୟ ପୁର୍ବ ସିଂହଭୂମ ଜିଲା ନିବାସୀ ସରବଜିତ ସିଂହ ଓ ମନଜୋତ ସିଂହଙ୍କୁ ଗିରଫ କରି କୋର୍ଟଚଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ବ୍ୟବହୃତ ଧାରୁଆ ଅସ୍ତ୍ର, ଜିପ ଓ ଗୋଟିଏ ମୋବାଇଲ ଫୋନ ପୁଲିସ ଜବତ କରିଛି । ସୂଚନାଯୋଗ୍ୟ ଯେ, ଏହି ଘଟଣା ସମସ୍ତ ତଥ୍ୟ ସିସିଟିଭିରେ କଏଦ ହୋଇଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories