www.samajalive.in
Friday, December 5, 2025
19.1 C
Bhubaneswar

ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲା: ‘ରେଡ୍‍ ଫ୍ଲାଗ୍‌’ ଶ୍ରେଣୀଭୁକ୍ତ

ଭୁବନେଶ୍ବର: ରାଜଧାନୀରେ ଝାଡ଼ଖଣ୍ଡର ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ‘ରେଡ୍‍ ଫ୍ଲାଗ୍‌’ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଛି। ମାମଲା ସମ୍ବେଦନଶୀଳ ଓ ସ୍ପର୍ଶକାତର ହୋଇଥିବାରୁ କ୍ରାଇମ୍‍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ) ତଦାରଖ କରିବ। ଏହି ମାମଲାକୁ ଜଣେ ବରିଷ୍ଠ ମହିଳା ଆଇପିଏସ୍‌ ଅଧିକାରୀ ନିରୀକ୍ଷଣ କରିବେ ଓ ତଦନ୍ତରେ ସହଯୋଗ କରିବାକୁ ୪ଜଣ ମହିଳା ଡିଏସ୍‌ପିଙ୍କୁ ଦାୟିତ୍ବ ଦିଆଯାଇଛି। କ୍ୟାପିଟାଲ ଥାନା ପୁଲିସ କରୁଥିବା ତଦନ୍ତ ଉପରେ ଏହି ସ୍ବତନ୍ତ୍ର ଦଳ ନଜର ରଖିବେ। ମାମଲାର ଅଗ୍ରଗତି ଓ ତଦନ୍ତ ଶୀଘ୍ର ସାରି ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ କରିବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନୁରୂପ ଭାବେ ସମ୍ପୃକ୍ତ ପୀଡ଼ିତାଙ୍କ ଘର ଝାଡ଼ଖଣ୍ଡ ହୋଇଥିବାରୁ ସେଠାକାର ପୁଲିସ ସହ ଯୋଗାଯୋଗରେ ରହିଛି କମିସନରେଟ ପୁଲିସ। ଝାଡ଼ଖଣ୍ଡରୁ ଯୁବତୀ ଓ ନାବାଳିକାଙ୍କୁ ଆଣି ଅନୈତିକ କାରବାରରେ ଲିପ୍ତ କରାଯାଉଥିବାର ପ୍ରମାଣ ମିଳିଛି। ଝାଡ଼ଖଣ୍ଡ ପୁଲିସଠାରୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି। ଖୁବ୍‍ଶୀଘ୍ର କମିସନରେଟ ପୁଲିସର ଗୋଟିଏ ଦଳ ଝାଡ଼ଖଣ୍ଡ ଅଭିମୁଖେ ଯିବ ବୋଲି ଜଣାପଡ଼ିଛି। ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେଦିଗରେ ତଦନ୍ତ ଜାରି ରହିଛି। ନାବାଳିକାଙ୍କୁ ଆଣୁଥିବା ଦଲାଲ କେବଳ ଝାଡ଼ଖଣ୍ଡ ନୁହେଁ, କଲକାତା ଓ ବାଂଲାଦେଶରୁ ଯୁବତୀଙ୍କୁ ଦଲାଲ ସହାୟତାରେ ଅାଣୁଥିଲେ। ଏହି ସେକ୍ସ ରାକେଟ ଚଳାଉଥିବା ଦଲାଲ ଓ କିଙ୍ଗପିନ୍‌କୁ ଚିହ୍ନଟ କରାଯାଇଛି। ଏହି ଘଟଣାରେ ତଦନ୍ତକୁ ଆହୁରି କ୍ରିୟାଶୀଳ କରିଛି କମିସନରେଟ ପୁଲିସ।
ସେହିପରି ସେକ୍ସ ରାକେଟ ଠାବ ହୋଇଥିବା ସ୍ଥାନରୁ ଗୋଟିଏ କାର୍‌ ଠାବ ହୋଇଛି। କାର୍‌ ମାଲିକ କିଏ ଓ ଏହା ଅପରାଧରେ ବ୍ୟବହାର କରାଯାଇଛି ନା ନାହିଁ, ତାକୁ ତର୍ଜମା କରାଯାଉଛି। ଉକ୍ତ କାର୍‌ରେ ପୀଡ଼ିତା ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ନେଇ ଦଲାଲ ଛାଡ଼ୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ପୀଡ଼ିତା ଧୀରେଧୀରେ ସୁସ୍ଥ ହେଉଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ ପରେ ପୀଡ଼ିତାଙ୍କୁ ସିଡବ୍ଲ୍ୟୁସିରେ ରଖାଯାଇଛି। ଏ ନେଇ ତାଙ୍କୁ ମାମଲା ସଂକ୍ରାନ୍ତରେ ପଚରାଉଚରା କରାଯିବ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories