www.samajalive.in
Wednesday, December 10, 2025
26.1 C
Bhubaneswar

‘ଜୀବନ ବିନ୍ଦୁ’ରେ ୨୧ ୟୁନିଟ ରକ୍ତ ସଂଗ୍ରହ

ଦେବଗଡ: ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପବିତ୍ର କ୍ରାନ୍ତି ଦିବସ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଗତ ୯ ତାରିଖ ଠାରୁ ଅରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ ‘ଜୀବନ ବିନ୍ଦୁ’ ଆଜି ଚତୁର୍ଥ ଦିବସରେ ପହଂଚିଛି। ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ,ଦେବଗଡ ଜିଲା ଶାଖା ସଂଯୋଜକ ରୋମାଂଚ ରଞ୍ଜନ ବିଶ୍ୱାଳ, ଦେବଗଡ ନଗର ବିଜେଡି ସଭାପତି ଶୁକଦେବ ଭଞ୍ଜ ଓ ବିଜେଡି ଜିଲା ନିର୍ବାଚନ ଅଧିକାରୀ କାମାକ୍ଷା ଗଙ୍ଗଦେବଙ୍କ ସଂଯୋଜନାରେ ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରର ଚତୁର୍ଥ ଦିବସରେ ଆଜି ୨୧ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଜଣାପଡିଛି।

ଆଜି ଜିଲା ପରିଷଦ ସଦସ୍ୟା ନିଶାନୀ ବେହେରା, ଜିଲା ଓକିଲ ସଂଘର ସଭାପତି ଦିଲ୍ଲିପ କୁମାର ଗୁରୁ, ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର ସାହୁ, ମନୋରଞ୍ଜନ ନନ୍ଦ, ଯ୍ୟୋତୀନ୍ଦ୍ର ନାଥ ନାୟକ, ପତିତପାବନ ସାହୁ ଓ ଅଜିତ କୁମାର ମୋଦୀ ପ୍ରମୁଖ ଉପସ୍ଥିତ ରହି ଆୟୋଜକ ଓ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଜିଲା ରକ୍ତ ଭଣ୍ଡାର ଅଧିକାରୀ ବିପିନ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଲାବୋରେଟୋରୀ ଟେକନିସିଆନ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଶିବିର ଆୟୋଜନରେଜିଲା ବିଜେଡିର ବହୁ କର୍ମକର୍ତ୍ତା ସକ୍ରୀୟ ସହଯୋଗ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories