www.samajalive.in
Tuesday, December 9, 2025
17.1 C
Bhubaneswar

ଶୋପିୟାଁରେ ଗୁଳିବିନିମୟ ; ଦୁଇ ଯବାନ ଶହୀଦ୍‍

ଜମ୍ମୁ : ଦକ୍ଷିଣ କାଶ୍ମୀର ଶୋପିୟାଁରେ ଶନିବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳିବିନିମୟରେ ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି ବୋଲି ଖବର ମିଳିଛି। ଏହାସହ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।
ସୂଚନା ଯୋଗ୍ୟ ; ଆଜି ସକାଳେ ଦକ୍ଷିଣ କାଶ୍ମୀର ଶୋପିୟାଁରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା। କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ,ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗରେ ଗୁଳିବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା।  ଯବାନଙ୍କ ଦ୍ୱାରା ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ,ସୈନା,ସିଆରପିଏଫର ଏକ ଟିମ ସୂଚନା ପାଇଥିଲେ। ଏହାପରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ସୁରକ୍ଷାକର୍ମୀ ପ୍ରବେଶ କରିବା ମାତ୍ରେ ଆତଙ୍କବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories