ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏକକ ପର୍ଯ୍ୟାୟ ଏବଂ ଉତ୍ତରପ୍ରଦେଶର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ।
୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନରେ ଏଥର ୧୩୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଲୁଧିଆନାର ୧୪ଟି ଆସନରୁ ସବୁଠାରୁ ଅଧିକ ୧୭୫, ଅମୃତସରର ୧୧ଟି ଆସନରୁ ୧୧୭ ଏବଂ ପତିଆଲାର ୮ଟି ଆସନରୁ୧୦୩ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି।
ସେହିପରି ଉତ୍ତରପ୍ରଦେଶର ୧୬ ଜିଲ୍ଲାର ୫୯ଟି ଆସନରେ ରବିବାର ଭୋଟଗ୍ରହଣ ହେବ । ୨.୧୫ କୋଟି ମତଦାତା ୬୨୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ରାଜ୍ୟରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ପାଇଁ ଗତ ୧୦ତାରିଖଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଭୋଟଗ୍ରହଣ ହେଉଛି ।
ନିର୍ବାଚନ ଆୟୁକ୍ତ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ପୁଲିଂ ଦଳଗୁଡିକ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଯାଇ ପହଞ୍ଚୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି। କୋଭିଡ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ତଥା ଅବାଧ,ନିରକ୍ଷେପ ନିର୍ବାଚନ କରିବା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।



