www.samajalive.in
Wednesday, December 10, 2025
18.1 C
Bhubaneswar

ଆଶଙ୍କାରେ କରତାରପୁର କରିଡ଼ର ନିର୍ମାଣ, ପାକିସ୍ତାନରେ ଇମ୍ରାନଙ୍କୁ ବିରୋଧ

ନୂଆଦିଲ୍ଲୀ/ଇସଲାମାବାଦ : ପଞ୍ଜାବ ଗୁରଦାସପୁର ଜିଲାର ସୀମାଞ୍ଚଳ ସହ ପାକିସ୍ତାନ ସ୍ଥିତ କରତାରପୁର ସାହିବ ଗୁରୁଦ୍ୱାରାକୁ ସଂଯୋଗ କରିବା ପାଇଁ ପ୍ରସ୍ତାବିତ କରତାରପୁର କରିଡ଼ର ନିର୍ମାଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି କରିଡ଼ର ନିର୍ମାଣ ପାଇଁ ସବୁଜ ସଂକେତ ଦେଇଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପାକିସ୍ତାନରେ ବିରୋଧ କରାଯାଇଛି। ପାକିସ୍ତାନସ୍ଥିତ ବିଭିନ୍ନ ଇସଲାମିକ ସଂଗଠନ ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି। ଜମିୟତ ଉଲେମା-ଏ ଇସଲାମ-ଏକର ମୁଖ୍ୟ ମୌଲାନା ଫଜଲୁର ରହମାନ କହିଛନ୍ତି ଯେ ସଂସଦକୁ ବିଶ୍ବାସକୁ ନନେଇ ଇମ୍ରାନ ଖାନ କରତାରପୁର କରିଡ଼ର ନିର୍ମାଣ ପାଇଁ ସବୁଜ ସଂକେତ ଦେଇଛନ୍ତି। ତେଣୁ ଏହାକୁ ଆମେ ବିରୋଧ କରୁଛୁ। ଅନ୍ୟ ରାଷ୍ଟ୍ରଙ୍କୁ ଖୁସି କରିବା ପାଇଁ ଇମ୍ରାନ ଏହି କରିଡ଼ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଇମ୍ରାନଙ୍କୁ ଏହି ପଦକ୍ଷେପର ମୂଲ୍ୟ ଦେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନ ଗତ ବୁଧବାର ନିଜ ଦେଶ ପଟୁ କରତାରପୁର କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହର୍ସିମ୍ରତ୍‍ କାଉର ବାଦଲ ଓ ହରଦୀପ ସିଂହ ପୁରିଙ୍କ ସହିତ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଧୁ ଏବଂ ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କାମାର ଜାଭେଦ ବାଜୱା ପ୍ରମୁଖଙ୍କ ଉପସ୍ଥିତିରେ ଏହି ବହୁ ଆକାଙ୍‍କ୍ଷିତ କାର୍ଯ୍ୟ ସମାପନ ହୋଇଥିଲା। ଏହି ଅବସରରେ ଉଦ୍‍ବୋଧନ ଦେଇ ଇମ୍ରାନ ଖାଁ ଭାରତ ସହିତ ଶାନ୍ତି କଥାବାର୍ତ୍ତା ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏବେ ପାକିସ୍ତାନ ଭିତରେ ବିରୋଧର ସ୍ୱର ଯୋଗୁଁ କରିଡ଼ର ନିର୍ମାଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories