www.samajalive.in
Monday, December 8, 2025
24.1 C
Bhubaneswar

ନାବାଳିକାକୁ ଅପହରଣ କରି ଶାରୀରିକ ନିର୍ଯାତନା ଦେବା ପରେ ରାସ୍ତାକୁ ଫିଙ୍ଗିଲେ ଦୁର୍ବୃତ୍ତ

ଯାଜପୁର: ନାବାଳିକାକୁ ଅପହରଣ କରି ନେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପରେ ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି ଅଭିଯୁକ୍ତ। ଏଭଳି ଏକ ହୃଦୟସ୍ପର୍ଶୀ ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି।

ସୂଚନା ମୁତାବକ, ନାବାଳିକା ଜଣକ ୧୪ ତାରିଖ ରାତିରେ ଚଣ୍ଡିଖୋଲକୁ ଯାଇ ଆଉ ଘରକୁ ଫେରିନଥିଲେ । ପରେ ପରିବାର ଲୋକେ ଏନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଖୋଳତାଡ ଆରମ୍ଭ କରିଥିଲା। ଚାରି ଦିନ ପରେ ରାସ୍ତା କଡରୁ ଆଜି ନାବାଳିକାକୁ ନିଶାଶକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୀଡିତାଙ୍କୁ ଚିକିତ୍ସା ପାଇଁ ଯାଜପୁର ସଖୀ କେନ୍ଦ୍ରରେ ରଖାଯାଇଛି।

- Advertisement -

ପୀଡିତାଙ୍କ ବୟାନ ଅନୁଯାୟୀ, ମିଟୁ ଓ ପିଣ୍ଟୁ ନାମକ ଦୁଇ ଜଣ ଯୁବକ ତାଙ୍କୁ ଅପହରଣ କରିନେଇଥିଲେ। ପରେ ନାବାଳିକାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ ନିର୍ଯାତନା ଦେଇଥିଲେ। ବିଭିନ୍ନ ସ୍ଥାନକୁ ନେବା ବେଳେ ଆଖିରେ କଳାପଟି ବାନ୍ଧି ଦେଉଥିଲେ। ଖାଇବା ପାଇଁ କେବଳ ମିଠା ଦେଉଥିଲେ। ଖାଇବା ପରେ ସେ ଚେତାଶୂନ୍ୟ ହୋଇପଡୁଥିଲେ। ପ୍ରତିଦିନ ସକାଳୁ ତାଙ୍କ ଦେହରେ ପୋଷାକ ନଥିବା ବେଳେ ତାଙ୍କୁ ଗାଧୋଇ ଦିଆଯାଉଥିଲା ଏବଂ ନୂଆ ଡ୍ରେସ ପିନ୍ଧିବାକୁ ଦିଆଯାଉଥିଲା। ଦୀର୍ଘ ଚାରି ଦିନ ଏପରି ନିର୍ଯାତନା ଦେବା ପରେ ଆଜି ତାଙ୍କୁ ରାସ୍ତା ଉପରେ ଫିଙ୍ଗି ଦେଇ ଚାଲିଗଲେ। ଏହି ଅପହରଣରେ କେତେକ ମହିଳା ମଧ୍ୟ ସାମିଲ ଥିବା ନାବାଳିକା ଜଣଙ୍କ ବୟାନରେ କହିଛନ୍ତି।

ଏହା ସହ ଆଉ ଏକ ବିସ୍ଫୋରକ ପୟାନ ଦେଇ ପୀଡିତା କହିଛନ୍ତି ଯେ, ଯେଉଁ ଗୋଟିଏ ସ୍ଥାନରେ ନାବାଳିକାଙ୍କୁ ରଖାଯାଇଥିଲା ସେହି ଘରର ଉପର ମହଲାରେ କେତେକ ପୁଲିସ ରହୁଥିଲେ। ତେଣୁ ଏହି ଘଟଣାରେ କୌଣସି ପୁଲିସ କର୍ମଚାରୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ନାବାଳିକା ଜଣକ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories