www.samajalive.in
Saturday, December 6, 2025
16.1 C
Bhubaneswar

ଧର୍ମଶାଳାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ଆହ୍ୱାନରେ ଅକ୍ଟୋବର ୨ରୁ ହେଉଥିବା ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ୧୧ନଂ ଜୋନ ରାଇଛନ୍ଦା ଗ୍ରାମପଞ୍ଚାୟତର ଅନ୍ଧାରଗୁଡିଠାରୁ ରେଖିଦେଇପୁର ଗ୍ରାମପଞ୍ଚାୟତ, ୧୨ନଂ ଜୋନ ଜେନାପୁର ଗ୍ରାମପଞ୍ଚାୟତଠାରୁ ବୃନ୍ଦାଦେଇପୁର ଗ୍ରାମପଞ୍ଚାୟତ, ୧୩ନଂ ଜୋନ ଗଙ୍ଗାଧରପୁର ଗ୍ରାମପଞ୍ଚାୟତର ନାକପୋଲ ବଜାରଠାରୁ କୁମାରୀ ଗ୍ରାମପଞ୍ଚାୟତ, ୧୪ନଂ ଜୋନ ଅଭୟପୁର ଗ୍ରାମପଞ୍ଚାୟତର ଅଚ୍ୟୁତପୁରଠାରୁ ଧର୍ମଶାଳା ରାଣୀ ଅହଲ୍ୟାବାଇ ବଙ୍ଗଳା ଓ ୧୫ନଂ ଜୋନ ଉରପ୍ରତାପ ଗ୍ରାମପଞ୍ଚାୟତର ନୀଳକଣ୍ଠପୁରଠାରୁ ମଙ୍ଗଳପୁର ଗ୍ରାମପଞ୍ଚାୟତର ନୁଆକୂଳଠାରେ ଶେଷ ହୋଇଥିଲା । ଏହି ଜନସମ୍ପର୍କ ପଦଯାତ୍ରା ଏକକାଳୀନ ସକାଳ ୮ଘଟିକା ସମୟରେ ଆରମ୍ଭ ହୋଇ ୧୧ ଘଟିକାରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଯାଜୁପରର ସାଂସଦ ଶର୍ମିଷ୍ଠା ସେଠୀ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବାଙ୍କି ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଯୋଗଦେଇଥିଲେ । ଜନସମ୍ପର୍କ ପଦଯାତ୍ରାରେ ପ୍ରତ୍ୟେକ ଜୋନରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଗାଁରେ ଚାଲିବା ସମୟରେ ଲୋକମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ଅତିଥିବୃନ୍ଦଙ୍କୁ ବହୁ ସ୍ଥାନରେ ଗ୍ରାମବାସୀମାନେ ଭବ୍ୟ ସ୍ୱାଗତ କରିଥିଲେ । ଏହି ପଦଯାତ୍ରାରେ ପ୍ରତ୍ୟେକ ଜୋନରେ ହଜାର ହଜାର କର୍ମୀମାନେ ସାମିଲ ହୋଇଥିଲେ । ଏହି ଜନସମ୍ପର୍କ ପଦଯାତ୍ରାରେ ଧର୍ମଶାଳା ବ୍ଲକ ବିଜେଡି ସଭାପତି ତଥା ୧୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତିଙ୍କ ସମେତ ସମସ୍ତ ଜୋନରେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା, ମହିଳା, ଯୁବ, ଛାତ୍ର, ଗାର୍ଲସ ୱିଙ୍ଗ୍ ଓ ଦଳୀୟ କର୍ମୀମାନେ ଏଥିରେ ସାମିଲ ହୋଇ ପଦଯାତ୍ରାକୁ ସଫଳ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories