www.samajalive.in
Tuesday, December 9, 2025
26.1 C
Bhubaneswar

ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ : ଅଂଶୁଘାତ ମୁକାବିଲା ପାଇଁ ପ୍ରସ୍ତୁତି

ଯାଜପୁର: ଯାଜପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ଉପଜିଳାପାଳ ନାରାୟଣ ଚନ୍ଦ୍ର ଦଳ,ଜିଲା ଜରୁରୀ ଅଧିକାରୀ ପ୍ରମୁଖ ଯୋଗ ଦେଇ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଫିସ ଗୁଡିକରେ ସ୍ୱତନ୍ତ୍ର କଂଟ୍ରୋଲ ରୁମ ଖୋଲାଯିବା ସହିତ ପ୍ରତ୍ୟେକ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ସେବା ନିରବଚ୍ଛିନ ଚାଲୁ ରଖିବା ପାଇଁ ମଧ୍ୟ ନିର୍ଦ୍ଧେଶ ଦିଆଯାଇଛି। ଅଧିକ ଖରାରେ ଶ୍ରମିକ ମାନଙ୍କୁ କାମ କରିବାରୁ ବାରଣ ମଧ୍ୟ କରାଯାଇଛି ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories