www.samajalive.in
Thursday, December 11, 2025
23.1 C
Bhubaneswar

ଯାଜପୁରରେ ୨୧ ଗୋଟି ଘାଈ : ପ୍ରଭାବିତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ

ଯାଜପୁର : ଯାଜପୁରରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଥିବା ବେଳେ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଗୁଡିକରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅପରାହ୍ନ ୫ ଘଟିକା ସୁଦ୍ଧା ଜିଲାର ବିଭିନ୍ନ ବ୍ଳକରେ ୨୧ ଗୋଟି ଘାଈ ସୃଷ୍ଟି ହୋଇଛି ଓ ଏଥିଯୋଗୁ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଜିଲାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ରସୁଲପୁର ବ୍ଳକ୍‌ର ଲେଙ୍କାସାହି, ଖଣ୍ଡାସ, ବନ୍ଧଡିହ, ସାମନ୍ତରାପୁର, ବ୍ରହ୍ମବରଦା, ବରୀ ବ୍ଳକର ଶଙ୍କରାକୁଳ, ମାଟିଆପଡା, ଭଅଁରା, ଆରୁଆଳ, ଯାଜପୁର ବ୍ଳ୍କର ଝାଲପଡା, କାକୁଡିକୁଦ, ଦଶରଥପୁରର ଦତପୁର, କମଳପୁର, ବିଂଝାରପୁରର ନୂଆବାଙ୍କ, ସୁକିନ୍ଦା ବ୍ଳ୍କର ମଙ୍ଗରାଜପୁରରେ ଘାଇ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଲୋକସଭା ସାଂସଦ ଶର୍ମାଷ୍ଠା ସେଠୀ, ଜିଲ୍ଳ୍ାପାଳ ଶ୍ରୀଦାସ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ରସୁଲପୁର ବି.ଡି.ଓ. ଊମାକାନ୍ତ ପରିଡା, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତୀ, ତହସିଲଦାର ସୁଶାନ୍ତ ପତି ପ୍ରମୁଖ ଯାଜପୁର ବ୍ଳ୍କର ଝାଲପଡା, କୁଝାଲା, ରସୁଲପୁର ବ୍ଳ୍କର ବ୍ରହ୍ମବରଦା, ବନ୍ଧଡିହ ପ୍ରଭୃତି ଘାଇ ଅଂଚଳକୁ ପରିଦର୍ଶନ କରିଥିଲେ। କ୍ଷତିଗ୍ରସ୍ତ ଲୋକମାନଙ୍କୁ ୩ ଦିନର ରିଲିପଂ ପ୍ରଦାନ ପାଇଁ ଜିଲାପାଳ ନିଦେ୍ର୍ଦଶ ଦେଇଥିବା ବେଳେ ଆଶ୍ରୟ ନେଇଥିବା ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ବି.ଡି.ଓ. ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ।

ଅପରପକ୍ଷରେ ଯାଜପୁର ବ୍ଳକ୍‌ର ପଣସା ଗ୍ରାମର ଜନୈକ ବ୍ୟକ୍ତିଙ୍କର କାନ୍ଥ ପଡି ମୃତ୍ୟୁ ଘଟିଛି। ବ୍ୟାପକ ଧାନ ଜମି ଓ ପଂସଲ ଅଂଚଳର ଜଳ ପ୍ଳାବନ ଯୋଗୁ ପ୍ରଭାବିତ ହୋଇଥିବା ବେଳେ ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେହିପରି ବିଭିନ୍ନ ବ୍ଳକ୍‌ରେ ରାସ୍ତା ସନ୍ନିକଟ ଗ୍ରାମ ମାନଙ୍କରେ ପାଣି ପଶିବା କାରଣରୁ ଲୋକମାନେ ସେମାନଙ୍କ ଗୋରୁ ଗାଈର ଓ ଅନ୍ୟାନ୍ୟ ପଶୁ ପକ୍ଷୀଙ୍କୁ ରାସ୍ତା କଡରେ ଆଶ୍ରୟ ଦେଇଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ କୁଆଖିଆ ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ରାସ୍ତାରେ ବଡ ଗାଡି ଚଳାଚଳକୁ ବନ୍ଦ ରଖାଯାଇଛି। ପୂର୍ବରୁ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ବଡଚଣା ଓ ଧର୍ମଶାଳା ବ୍ଳକ୍ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ରସୁଲପୁର ବ୍ଳକର ଆଇ.ଏ.ଏସ. ପ୍ରୋବେସନର ସଚିନ ପାୱାର ଓ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ବରୀ ବ୍ଳକ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଧର୍ମଶାଳା ବ୍ଳକ ଏବଂ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ବରିଷ୍ଠ ଅଧିକାରୀ ଭାବେ କ୍ଷେତ୍ର ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ପୂର୍ବାହ୍ନ ୮ ଘଟିକା ସମୟରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଜିଲାପାଳଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଜିଲାର ବନ୍ୟା ସ୍ଥିତି ଉପରେ ଆଲୋଚନା କରିଥିଲେ। ଲୋକମାନଙ୍କୁ ରିଲିପଂ ଓ ଆଶ୍ରୟ ସ୍ଥଳରେ ରହିଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ଉପରେ ବିଧାୟକ ଶ୍ରୀ ଦାସ ଗୁରୁତ୍ୱ ଦେଇଥିଲେ। ସେହିପରି ଗୋ-ଖାଦ୍ୟ ବଣ୍ଟନ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଅଂଚଳ ବଢୁଥିବାର ଅଧିକ ଗୋ-ଖାଦ୍ୟ ମଗାଇବାକୁ ବିଧାୟକ ପରାମର୍ଶ ଦେଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories