www.samajalive.in
Monday, December 8, 2025
14.1 C
Bhubaneswar

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭିଏସସନଗର ଟିକାଦାନ କେନ୍ଦ୍ରରେ ଖୋଲିଲା ସହାୟତା କେନ୍ଦ୍ର

ଭୁବନେଶ୍ବର: ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭିଏସସନଗର କଲ୍ୟାଣ ମଣ୍ଡପରେ କୋଵିଡ-୧୯ ଟିକା କରଣ କେନ୍ଦ୍ରରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ ଟୀକା ନେଉଥିବା ସମସ୍ତ ଲୋକମାନଙ୍କୁ ସାନିଟାଇଜର, ମାସ୍କ୍, ବିସ୍କୁଟ, ପିଇବା ପାଣି ବୋତଲ, ଫ୍ରୁଟ ଜୁସ ପ୍ରଦାନ କରିବା ସହିତ ସମସ୍ତ ହିତାଧିକାରୀମାନଙ୍କୁ କରୋନା ବିଷୟରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର କୋଡିନେଟର୍ ଡ଼ଃ ପ୍ରକାଶ ତ୍ରିପାଠୀ, ସୌମ୍ୟ ରଂଜନ ପ୍ରଧାନ, ଦୀପକ କୁମାର ନାୟକ, ସର୍ବଜିତ୍ ସାହୁ ଦେବାଶିଷ ଗଣିଆ, ନୃସିଂହ ଧଳ, କାର୍ତ୍ତିକ ଓ ଟ୍ରଷ୍ଟର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଟୀକାଦାନ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଯୋଜକ ତଥା ଟ୍ରଷ୍ଟର ସଭାପତି ଡ.ତ୍ରିପାଠୀ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories