www.samajalive.in
Friday, December 12, 2025
19.1 C
Bhubaneswar

ଇଭାଙ୍କା ଟ୍ରମ୍ଫ ହେବେ ବିଶ୍ୱବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ !

ନୂଆଦିଲ୍ଲୀ  : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଝିଅ ଇଭାଙ୍କା ଟ୍ରମ୍ଫ ହୋଇପାରନ୍ତି ବିଶ୍ୱ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ। ବିଶ୍ୱ ବ୍ୟାଙ୍କ ସଭାପତି ଜିମ୍‍ ୟଙ୍ଗ୍‍ କିମ୍‍ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଏହି ପଦ ଖାଲିପଡିବାକୁ ଯାଉଛି। ଇଭାଙ୍କାଙ୍କ ବ୍ୟତୀତ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକି ହେଲ୍‍ ବିଶ୍ୱ ବ୍ୟାଙ୍କ ସଭାପତି ପଦ ଦୌଡରେ ରହିଥିବା ଜଣାଯାଇଛି।
ଜୟବାୟୁ ପରିବର୍ତ୍ତନ ସମ୍ପର୍କିତ ଟ୍ରମ୍ଫ ପ୍ରଶାସନର ନୀତିକୁ ନେଇ ଟ୍ରମ୍ଫଙ୍କ ସହ କିମ୍‍ଙ୍କର ବିବାଦ ଲାଗିରହିଛି। ଏହାର ଫଳସ୍ୱରୂପ କିମ୍‍ ଇସ୍ତଫା ଦେଇଛନ୍ତି। ନିଜ କାର୍ଯ୍ୟକାଳର ୩ ବର୍ଷ  ପୂର୍ବରୁ ଶ୍ରୀ କିମ୍‍ ବିଶ୍ୱ ବ୍ୟାଙ୍କ ସଭାପତି ପଦରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ହ୍ୱାଇଟ୍‍ ହାଉସରେ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରିବା ପରେ ଇଭାଙ୍କା ଟ୍ରମ୍ପ ପ୍ରଶାସନରେ ଜଣେ କାର୍ଯ୍ୟନିର୍ବାହୀ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱ ପରେ ୧୮୯ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ଗଠନ କରାଯାଇଥିବା ବିଶ୍ୱ ବ୍ୟାଙ୍କରେ ସବୁ ସମୟରେ ଆମେରିକୀୟମାନେ ସଭାପତି ପଦରେ ରହିଥାନ୍ତି। ବ୍ୟସାୟିକ କ୍ଷେତ୍ରକୁ ପ୍ରବେଶ ପୂର୍ବରୁ ଇଭାଙ୍କା ଜଣେ ମଡେଲ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories