www.samajalive.in
Saturday, December 6, 2025
26.1 C
Bhubaneswar

ଗାଜାରେ ଇସ୍ରାଏଲର ପୁଣି ଆକ୍ରମଣ, ୧୦୦ ମୃତ

ସମାଜ ଡିଜିଟା ଡେସ୍କ: ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ ଜାଣି ରହିଛି । ଇସ୍ରାଏଲ ସେନାର ସଦ୍ୟତମ ବିମାନ ଆକ୍ରମଣରେ ରବିବାର ସକାଳଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ୧୦୦ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ରହିଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ମିଶାଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୮୦୦୦ରେ ପହଞ୍ଚିଛି ।

ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ସେନା ଗାଜା ସହରର ଏକ ବଜାରରେ କ୍ଷେପଣାସ୍ତ୍ର ମାଡ କରିଥିଲା । ଯେଉଁଥିରେ ଚିକିତ୍ସା ପରାମର୍ଶଦାତା ଅହମ୍ମଦ କଣ୍ଡିଲଙ୍କ ସମେତ ୧୨ଜଣଙ୍କ ମୃତ୍ୟୁ ହୋଇଥିଲା । ଇସ୍ରାଏଲର ସବୁଠାରୁ ଭୟଙ୍କର ଆକ୍ରମଣ ନୁସେରାତ ଶରଣାର୍ଥୀ ଶିବିରରେ ହୋଇଥିଲା । ଯେଉଁଠାରେ କ୍ଷେପଣାସ୍ତ୍ର ଆକ୍ରମଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଥିଲେ । ଏହି ଆକ୍ରମଣରେ ୧୭ଜଣ ଆହତ ହୋଇଛନ୍ତି ।
ଏହି ଆକ୍ରମଣ ଉପରେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ ଏବେ ଗାଜାର ସରକାରୀ କର୍ମଚାରୀ, ପୁଲିସ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରାଯାଉଛି । ସେନା ରବିବାର ସକାଳେ ପାଲେଷ୍ଟାଇନୀ ସେନାର ବିମାନ ଘାଟୀ ଉପରେ ଟାର୍ଗେଟ କରିଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ଷେପଣାସ୍ତ୍ରଟି ଭୁଲ ବାଟରେ ଯାଇ ପିଲାମାନଙ୍କ ଉପରେ ପଡିଥିଲା । ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ବାସ କରୁଥିବା ୨୦ ଲକ୍ଷ ପାଲେଷ୍ଟାଇନ ନାଗରିକ ଖାଦ୍ୟ ପାଇଁ ରେଡକ୍ରସ ପକ୍ଷରୁ ଖୋଲାଯାଇଥିବା ରିଲିଫ୍‌ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories