www.samajalive.in
Monday, December 8, 2025
20.1 C
Bhubaneswar

ଇମ୍ରାନଙ୍କୁ ୨ ସପ୍ତାହ ଜାମିନ ପ୍ରଦାନ କଲେ ଇସଲାମାବାଦ ହାଇକୋର୍ଟ

ଡେସ୍କ: କ୍ରିକେଟ ଖେଳାଳିରୁ ରାଜନେତା ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଜି ଇସଲାମାବାଦ ହାଇକୋର୍ଟର ଏକ ୩ ଜଣିଆ ଖଣ୍ଡପୀଠ ଅଲ୍‌‌ କାଦୀର ଟ୍ରଷ୍ଟ ମାମଲାରେ ୨ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଇମ୍ରାନଙ୍କୁ ତୁରନ୍ତ ଜାମିନ ପ୍ରଦାନ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଏହି ମାମଲାର ଶୁଣାଣି କରି ପାକିସ୍ତାନ ସୁପ୍ରିମକୋର୍ଟ କାହାରିକୁ କୋର୍ଟ ପରିସର ମଧ୍ୟରୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଇମ୍ରାନନ୍କ ଗିରଫକୁ ଗତକାଲି ବେଆଇନ ଘୋଷଣା କରିଥିଲେ ଓ ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଇସଲାମାବାଦ ହାଇକୋର୍ଟ ମେ ୯ ପରେ ଦାୟର ମାମଲାରେ ଇମ୍ରାନଙ୍କୁ ଚଳିତ ମାସ ୧୭ ଯାଏଁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି।

- Advertisement -

ପାକିସ୍ତାନ ତେହେରିକେ ଇନ୍‌‌ସାଫ୍‌‌ ମୁଖ୍ୟ ଇମ୍ରାନ ଖାନଙ୍କୁ ଗତ ମଙ୍ଗଳବାର ଦିନ ନାଟକୀୟ ଭାବେ ଗିରଫ କରାଯିବା ଯୋଗୁଁ ତାଙ୍କର ସମର୍ଥକ ଓ ପୋଲିସ୍‌‌ ଏବଂ ଅର୍ଦ୍ଧସାମରିକ ବାହିନୀ ଯବାନମାନଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଲାଗିଥିଲା। ଏଥିରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଏ ପର୍ଯ୍ୟନ୍ତ ୨ ହଜାର ଲୋକଙ୍କୁ ଗିରଫ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories