ଭୁବନେଶ୍ବର: ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ। ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଇସ୍ତଫାପତ୍ର ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛି। ବ୍ୟକ୍ତିଗତ କାରଣରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଛି। ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛି ଏବଂ ସେ ଗ୍ରହଣ କରିଛନ୍ତି। ବାଚସ୍ପତି ଭାବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଥିବାରୁ ଧନ୍ୟବାଦ ଜଣାଉଛି। ତେବେ ମୁଖ୍ୟମନ୍ତ୍ରୀ ଯାହା ବି ଦାୟିତ୍ବ ଦେବେ ଦଳ ପାଇଁ ସଫଳତାର ସହ କାର୍ଯ୍ୟ କରିବି ବୋଲି ସେ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି। ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ କରିବି। ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ, ତୁଲାଇବି।
ସୂଚନା ଯୋଗ୍ୟ ଯେ, ବର୍ଷେ ପୂର୍ବେ ସେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ଥାନରେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ବର୍ଷେ ନପୂରୁଣୁ ସେ ଇସ୍ତପା ଦେବା ଅନେକ ଚର୍ଚ୍ଚାକୁ ବଳ ଦେଇଛି । ଆଶଙ୍କା କରାଯାଉଛି ଯେ ଆଗାମୀ ଦିନରେ ରାଜ୍ୟ ସରକାରରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ ।



