www.samajalive.in
Monday, December 8, 2025
14.1 C
Bhubaneswar

ସନ୍‌ରାଇଜର୍ସ-ମୁମ୍ବଇ ମୁକାବିଲା ଆଜି

ଚେନ୍ନଇ  : ଇଣ୍ଡିଆନ ପ୍ରିମିୟର ଲିଗ୍‌ -୨୦୨୧​‌ର ନବମ ଲିଗ୍‌ ମ୍ୟାଚରେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍‌ ଓ ରୋହିତ ଶର୍ମାଙ୍କ ମୁମ୍ବଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ଚେନ୍ନଇର ଚେପକ୍‌ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଉକ୍ତ ମ୍ୟାଚରେ ଉଭୟ ଦଳ ନିଜନିଜର ବ୍ୟାଟିଂକୁ ସୁଧାରିବାକୁ ପ୍ରୟାସ କରିବେ। ସନରାଇଜର୍ସ ପ୍ରଥମ ୨ଟି ମ୍ୟାଚରେ ପରାଜିତ ହୋଇଥିବାବେଳେ ସିଜିନର ପ୍ରଥମ ବିଜୟ ସହ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ପ୍ରତ୍ୟାବର୍ତ୍ତନ କରିଛି। ରୋହିତ ଶର୍ମାଙ୍କ ଦଳ ବିଜୟ ବଜାୟ ଲକ୍ଷ୍ୟ ନେଇ ଖେଳିବ। ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ ୧୦ରନରେ କଲକାତା ନାଇଟ୍‌ ରାଇଡର୍ସ ଓ ଦ୍ବିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ଅପ୍ରତ୍ୟାଶିତ ଭାବେ ୬ରନରେ ପରାଜିତ ହୋଇଥିଲା। ବୋଲିଂରେ ଭୁବନେଶ୍ବର କୁମାର ୨ଟି, ଜାସନ ହୋଲଡର ୩ଟି, ଟି ନଟରାଜନ ୨ଟି, ମହମ୍ମଦ ନବି ୨ଟି ଓ ରସିଦ୍ ଖାନ୍ ୪ ଟି ୱିକେଟ ନେଇଛନ୍ତି। ବ୍ୟାଟିଂରେ ରିଦ୍ଧିମାନ ସାହା ଦୁଇଟି ମ୍ୟାଚରୁ ୮ରନ, ଡେଭିଡ୍‌ ୱାର୍ଣ୍ଣର ଗୋଟିଏ ଅର୍ଦ୍ଧଶତକ ସହ ୫୭ରନ , ମନୀଷ ପାଣ୍ଡେ ଗୋଟିଏ ଅର୍ଦ୍ଧଶତକ ସହ ୯୯ରନ, ଜନି ବେୟାରଷ୍ଟୋ ୬୭ ରନ କରିଛନ୍ତି। ୱାର୍ଣ୍ଣର, ବେୟାରଷ୍ଟୋ ଓ ମନୀଷ ପାଣ୍ଡେଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଉପଯୋଗୀ ରନ କରିବାରେ ସକ୍ଷମ ହୋଇନାହାନ୍ତି। ଓପନର ରିଦ୍ଧିମାନ ସାହା, ଅବଦୁଲ ସାମଦ, ବିଜୟ ଶଙ୍କର ଓ ମହମ୍ମଦ ନବି ପ୍ରମୁଖ ବିଫଳ ହୋଇଛନ୍ତି। ତୃତୀୟ ମ୍ୟାଚରେ ଦଳ ବ୍ୟାଟିଂ ବିଭାଗରେ କିଛି ପରିବର୍ତ୍ତନ ସହ କେନ୍ ୱିଲିୟମସନଙ୍କୁ ଖେଳାଇପାରେ। ଅନ୍ୟ ପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ୨ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ କଲକାତା ନାଇଟ୍‌ ରାଇଡର୍ସକୁ ୧୦ରନରେ ପରାସ୍ତ କରି ପ୍ରତ୍ୟାବର୍ତ୍ତନ କରିଛି। ଡିଫେଣ୍ଡିଂ ଚମ୍ପିଆନ ମୁମ୍ବଇ ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଚମ୍ପିଆନ ଭଳି ପ୍ରଦର୍ଶନ କରିବା​‌େ​‌ର ବିଫଳ ହୋଇଛି। ଅଧିନାୟକ ରୋହିତ ଶର୍ମା ୨ଟି ମ୍ୟାଚରୁ୬୫, କ୍ବାଣ୍ଟେନ ଡିକକ୍‌ ଗୋଟିଏ ମ୍ୟାଚରୁ ୨ରନ, ସୂର୍ୟ୍ୟକୁମାର ଯାଦବ ୨ଟି ମ୍ୟାଚରୁ ଗୋଟିଏ ଅର୍ଦ୍ଧଶତକ ସହ ୮୭, ଇଷନ କିଷନ ୨୯, ହାର୍ହିକ ପାଣ୍ଡ୍ୟା ୨୮, କ୍ରୁନାଲ ପାଣ୍ଡ୍ୟା ୨୨, କିରନ ପୋଲାର୍ଡ ୧୨ରନ କରିଛନ୍ତି। ସୂର୍ଯ୍ୟକୁମାର ଓ ରୋହିତଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଉପଯୋଗୀ ରନ କରିପାରିନାହାନ୍ତି। ଅଲ୍‌ରାଉଣ୍ଡର କ୍ରୁନାଲ, ହାର୍ଦିକ ଓ ପୋଲାର୍ଡ ବିଫଳ ହୋଇଛନ୍ତି। ବୋଲିଂ ବିଭାଗରେ ମଧ୍ୟ ଟ୍ରେଣ୍ଟ ବୋଲ୍ଟ ୩ଟି, ମାର୍କୋ ଜାନେସେନ ୨ଟି, ରାହୁଲ ଚହର ୪ଟି, ଯଶପ୍ରୀତ ବୁମ୍‌ରା ୨ଟି ଓ କ୍ରୁନାଲ ପାଣ୍ଡ୍ୟା ୨ଟି ୱିକେଟ ନେଇଛନ୍ତି। ମୁଖ୍ୟ ବୋଲର ବୁମ୍‌ରା ଓ ବୋଲ୍ଟ ଆଶା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ବିଜୟ ଓ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ଖେଳିବାବେଳେ ମ୍ୟାଚ ରୋମାଞ୍ଚକର ହେବା ଆଶା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories