www.samajalive.in
Sunday, December 7, 2025
15.1 C
Bhubaneswar

ଆଜିଠୁ ଆଇପିଏଲ

କଲକାତା : ବିଶ୍ବର ସବୁଠାରୁ ଧନାଢ୍ୟ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ ର ୧୮ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ବ୍ୟୟବହୁଳ କ୍ରିକେଟ ଲିଗ୍‌ରେ ଅବତ୍ତୀର୍ଣ୍ଣ​‌ ହେବେ ଫ୍ରଞ୍ଚାଇଜ୍‌ ଭିତ୍ତିକ ୧୦ଟି ଦଳ। ୬୫ ଦିନ ଧରି ଖେଳାଯିବାକୁ ଥିବା ଏହି ଫଟାଫଟ କ୍ରିକେଟରେ ଦେଶ ଓ ବିଦେଶର ପ୍ରମୁଖ ତାରକା କ୍ରିକେଟରଙ୍କ ରୋମାଞ୍ଚ ଦେଖିବାକୁ ମିଳିବ। କ୍ରିକେଟରମାନେ ନିଜ ଦଳକୁ ଟ୍ରଫି ଜିତାଇବା ନେଇ ପରସ୍ପର ମଧ୍ୟରେ ଲଢେଇ କରିବେ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଓ ରଣନୀତି ଶେଷ ହୋଇଛି। ପ୍ରତିଯୋଗିତାରେ ୧୦ଟି ଦଳ ଚେନ୍ନଇ ସୁପରକିଙ୍ଗ୍ସ,  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ସନରାଇଜର୍ସ ହାଇଦରାବାଦ୍‌, ଗୁଜରାଟ ଟାଇଟାନ୍‌ସ, ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ପଞ୍ଜାବ କିଙ୍ଗ୍‌ସ୍‌ କଲକାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‌ସ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ମୋଟ୍‌ ୭୪ଟି ମ୍ୟାଚ ଖେଳାଯିବ। ଲିଗ୍‌ ପର୍ଯ୍ୟାୟରେ ମୋଟ୍‌ ୭୦ଟି ମ୍ୟାଚ ମେ ୧୮ ପର୍ଯ୍ୟନ୍ତ ଖେଳାଯିବ। ମେ ୨୦​‌ରେ କ୍ବାଲିଫାୟର-୧, ୨୧ରେ ଏଲିମିନେଟର ଓ ୨୩ରେ କ୍ବାଲିଫାୟର-୨ ଖେଳାଯିବ। ୨୫ରେ ଇଡେନଗାର୍ଡେନରେ ଫାଇନାଲ ଖେଳାଯିବ। ମ୍ୟାଚ ଗୁଡ଼ିକ କଲକାତା ,ହାଇଦରାବାଦ୍‌, ଲକ୍ଷ୍ନୌ, ଅହମ୍ମଦାବାଦ୍‌, ବେଙ୍ଗାଲୁରୁ, ଜୟପୁର, ମୁମ୍ବଇ, ଚେନ୍ନଇ, ଦିଲ୍ଲୀ , ଧର୍ମଶାଳା, ଗୌହ୍ବାଟୀ, ପଞ୍ଜାବ ଓ ବିଶାଖାପାଟଣାରେ ଖେଳାଯିବ। କଲକାତାର ଇଡେନଗାର୍ଡେନରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମ୍ୟାଚରେ ଗତଥରର ବିଜେତା କଲକାତା ନାଇଟ ରାଇଡର୍ସ -ରୟାଲ ଚ୍ୟାଲେଞ୍ଜର୍ସକୁୂ ଭେଟିବ। ଆଇପିଏଲର ସବୁଠାରୁ ଲୋକପ୍ରିୟ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟ୍ରଫି ଶୂନ୍ୟ ରହିଥିବାବେଳେ ପ୍ରଥମ ଟ୍ରଫି ଜିତିବା ନେଇ ଆଶା ରଖିଛି। ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସର ଅଧିନାୟକ ତଥା ୱିକେଟରକ୍ଷକ ଋଷଭ ପନ୍ତ୍‌ ୨୭ କୋଟି ଟଙ୍କା ଓ ପଞ୍ଜାବ କିଙ୍ଗ୍‌ସ ଅଧିନାୟକ ଶ୍ରେୟସ ଆୟର ଦ୍ବିତୀୟ ସର୍ବାଧିକ ୨୬ କୋଟି ୨୫ ଲକ୍ଷ ଟଙ୍କାର ଦାମି ଖେଳାଳି ରହିଛନ୍ତି। ମ୍ୟାଚ ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ।ଏଥିରେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀଙ୍କ ସମେତ ଗାୟିକା ଶ୍ରେୟା ଘୋଷାଲ ଜଲୱା ଦେଖାଇବେ। ଆଇପିଏଲର ସଫଳତମ ଦଳ ଭାବେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ସର୍ବାଧିକ ୫ଥର ଲେଖାଏଁ, କଲକାତା ନାଇଟ୍‌ ରାଇଡର୍ସ ୩ଥର, ସନରାଇଜର୍ସ ହାଇଦରାବାଦ୍‌, ଗୁଜରାଟ ଟାଇଟାନ୍‌ସ, ଡେକାନ ଚାଜର୍ସ ଓ ରାଜସ୍ଥାନ ରୟାଲ୍‌ସ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories