www.samajalive.in
Monday, December 8, 2025
14.1 C
Bhubaneswar

ଆଇପିଏଲ କ୍ରିକେଟ : ଆଜି କଲକାତା-ଗୁଜରାଟ ଓ ଦିଲ୍ଲୀ-ହାଇଦରାବାଦ୍‌ ମଧ୍ୟରେ ମୁକାବିଲା

କଲକାତା : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) -୧୬ର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଇଡେନଗାର୍ଡେନରେ କଲକାତା ନାଇଟ୍‌ ରାଇଡର୍ସ ଓ ଗୁଜରାଟ ଟାଇଟାନ୍‌ସକୁ ଦିଲ୍ଲୀରେ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ-ସନରାଇଜର୍ସ ହାଇଦରାବାଦ୍‌କୁ ରାତି ୭ଟା୩୦ରେ ଭେଟିବ।
ନିତିଶ ରାଣାଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ୮ଟି ମ୍ୟାଚରୁ ୩ଟି ବିଜୟ ଓ ୫ଟି ପରାଜୟ ବରଣ କରିଛି। ଦଳକୁ ପ୍ଲେ ଅଫକୁ ଉନ୍ନୀତ ହେବା ନେଇ ଦ୍ବିତୀୟ ରାଉଣ୍ଡର ପ୍ରତ୍ୟେକ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ। କଲକାତା ଶେଷ ମ୍ୟାଚରେ ଆରସିବିକୁ ୨୧ରନରେ ପରାସ୍ତ କରି ଦୃଢ ପ୍ରତ୍ୟାବର୍ତ୍ତନ କରିଛି। ବ୍ୟାଟିଂରେ ଇଂଲଣ୍ଡ ଓପନର ଜାସନ ରୟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ନାରାୟଣ ଜଗଦିଶାନ,ଭେଙ୍କଟେଶ ଆୟାର ଓ ନିତିଶ ରାଣା ଭଳ ପାଳି ଖେଳିଥିଲେ। ରିଙ୍କୁ ସିଂହ ମଧ୍ୟ ଫିନିସର ଦାୟିତ୍ବ ତୁଲାଉଛନ୍ତି। ବୋଲିଂରେ ବୈଭବ ଆରୋରା , ଉମେଶ ଯାଦବଙ୍କ ସହ ସୁୟାଶ ଶର୍ମା, ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀ ସ୍ପିନର ଭୂମିକା ତୁଲାଉଛନ୍ତି। ସେହିପରି ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍‌ସ ୭ଟି ମ୍ୟାଚରୁ ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ବ୍ୟାଟିଂରେ ଶୁବମାନ ଗିଲ, ରିଦ୍ଧିମାନ ସାହ, ଡେଭିଡ ମିଲର, ବିଜୟ ଶଙ୍କର ଓ ଅଭିନବ ମନୋହର ରହିଥିବାବେଳେ ରାହୁଲ ତିୱାତିଆ ମ୍ୟାଚ ଫିନିସର ଭୂମିକା ତୁଲାଉଛନ୍ତି। ବୋଲିଂରେ ମହମ୍ମଦ ସାମି, ରସିଦ ଖାନ ମୁଖ୍ୟ ଅସ୍ତ୍ର। ଏହାଛଡ଼ା ପାଣ୍ଡ୍ୟା, ମୋହିତ ଶର୍ମା ଓ ଜୋଶ ଲିଟ୍‌ଲି ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି।ପ୍ରଥମ ରାଉଣ୍ଡ ମ୍ୟାଚରେ ରିଙ୍କୁ ସିଂହଙ୍କ ବିସ୍ଫୋରଣ ବଳରେ କଲକାତା ୩ ୱିକେଟରେ ବିଜୟୀ ହୋଇଥିଲା। ଉକ୍ତ ପ୍ରଦର୍ଶନକୁ ଦଳ ବଜାୟ ରଖିବାକୁ ଚେଷ୍ଟା କରିବାବେଳେ ଗୁଜରାଟ ପ୍ରତିଶୋଧ ଲକ୍ଷ୍ୟ ରଖିଛି। ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସନରାଇଜର୍ସ ହାଇଦରାବାଦ୍‌ ଉଭୟେ ସମାନ ସ୍ଥିତିରେ ରହିଛନ୍ତି। ଉଭୟ ଦଳର ପ୍ରଦର୍ଶନ ସମାନ ରହିଥିବାରୁ ବିଜୟ ଏକାନ୍ତ ଆବଶ୍ୟକତା ରହିଛି।
ଦିଲ୍ଲୀ କ୍ୟାପିଟାଲ୍‌ସକୁ ପ୍ଳେ ଅଫ ଦୌଡ଼ରେ ତିଷ୍ଠି ରହିବା ଲାଗି ଉକ୍ତ ମ୍ୟାଚକୁ ଜିତିବା ଜରୁରୀ ହୋଇପଡିଛି। ଦିଲ୍ଲୀ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ବରଣ କରିଛି। ବ୍ୟାଟିଂରେ ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ, ମନୀଷ ପାଣ୍ଡେ,ସର୍ଫରାଜ ଖାନ ରହିଥିଲେ ମଧ୍ୟ ଦଳ ନିୟମିତ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ବୋଲିଂରେ ଇଶାନ୍ତ ଶର୍ମା, ଅନରିଚ ନୋର୍ଖିଆ, ମୁକେଶ କୁମାର, ଅକ୍ଷର ପଟେଲ, କୁଳଦୀପ ଯାଦବ ଓ ମିଚେଲ ମାର୍ଶ ରହିଛନ୍ତି। ଶେଷ ମ୍ୟାଚରେ ଦଳ ସନରାଇଜର୍ସ ହାଇଦରାବାଦ୍‌କୁ ୭ରନରେ ପରାସ୍ତ କରିଥିଲା। ସେହିପରି ସନରାଇଜର୍ସ ହାଇଦରାବାଦ୍‌ ମଧ୍ୟ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ସହ ୪ ପଏଣ୍ଟ ପାଇଛି। ଦଳ ପାଇଁ ଏବେ ପ୍ରତ୍ୟେକ ମ୍ୟାଚ ଜିତିବା ଜରୁରୀ ହୋଇପଡିଛି। ବ୍ୟାଟିଂରେ ଆଇଡାନ ମାର୍କରାମ, ହ୍ୟାରୀ ବ୍ରୁକ୍‌ସ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅଭିଷେକ ଶର୍ମା,ହେନରିଚ କ୍ଲାସେନ ରହିଥି​‌େ​‌ଲ ମଧ୍ୟ ନିୟମିତ ରନ କରିବାରେ ବିଫଳ ହେଉଛନ୍ତି। ଯାହା ଫଳରେ ଦଳ ବଡ ସ୍କୋର କରିବାରେ ବିଫଳ ହେଉଛି। ବୋଲିଂରେ ଟି ନଟରାଜନ, ଭୁବନେଶ୍ବର କୁମାର,ମାର୍କୋ ୟାନସେନ, ଉମ୍ରାନ ମଲ୍ଲିକ ପ୍ରମୁଖ ରହିଛନ୍ତି। ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆହତ ହେବା ଦଳ ପାଇଁ ଏବେ ଚିନ୍ତା ବଢାଇଛି। ଶେଷ ମ୍ୟାଚରେ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ଲୋ ସ୍କୋରକୁ ପିଛା କରି ୭ରନରେ ପରାଜିତ ହୋଇଥିଲା। ବିଜୟ ନେଇ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳକୁ ଏବେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ ହୋଇପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories