www.samajalive.in
Monday, December 8, 2025
14.1 C
Bhubaneswar

ଆଇପିଏଲ୍‍ ଟାଇଟଲ ପ୍ରାୟୋଜକ ଦୌଡ଼ର ସର୍ବାଗ୍ରେ ଟାଟା ସନ୍‍ସ

ନୂଆଦିଲ୍ଲୀ : ଚୀନ୍‍ର ମୋବାଇଲ୍‍ ଫୋନ୍‍ ନିର୍ମାତା କମ୍ପାନୀ ଭିଭୋ ଚଳିତବର୍ଷ ପାଇଁ ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନରୁ ଓହରି ଯାଇଛି। ଭାରତ-ଚୀନ୍‍ ସୀମା ବିବାଦ ପରେ ଚୀନ୍‍ ସାମଗ୍ରୀକୁ ଦେଶରେ ପ୍ରବଳ ବିରୋଧ ପରେ ଭିଭୋ-ବିସିସିଆଇ ଗୋପନ ରାଜିନାମା ବଳରେ ଏପରି ହୋଇଛି। ଚଳିତବର୍ଷ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ୍‍ ଖେଳାଯିବ। ଏହି ସଂସ୍କରଣ ଲାଗି ଆଉ ଏକ ଟାଇଟଲ ପ୍ରାୟୋଜକ ଖୋଜୁଛି ବିସିସିଆଇ। ଭିଭୋ ବିସିସିଆଇକୁ ବାର୍ଷିକ ୪୪୦ କୋଟି ଟଙ୍କା ଦେଉଥିବା ବେଳେ କେବଳ ୪ ମାସ ଟାଇଟଲ ପ୍ରାୟୋଜକ ହେବା ପାଇଁ କୌଣସି କମ୍ପାନୀ ଏତେ ଅର୍ଥ ଦେବେନାହିଁ। ତେବେ ଏହାର ୫୦/୬୦ ପ୍ରତିଶତ ମଧ୍ୟ ବିସିସିଆଇ ପାଇଁ ଗ୍ରହଣୀୟ ହେବ। ନୂଆ ଟାଇଟଲ ପ୍ରାୟୋଜନ ପାଇଁ ଟେଣ୍ଡର ଆହ୍ୱାନ କରିଛି ବିସିସିଆଇ।
ଏବେ ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନ ପାଇଁ ବହୁ ଭାରତୀୟ କମ୍ପାନୀ ଆଗଭର ହୋଇଛନ୍ତି। ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ହେଲେ ମଧ୍ୟ ଏହାର ଟିଭି ଦର୍ଶକ ସଂଖ୍ୟା ବହୁତ ଅଧିକ। ଏକ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ ଟାଇଟଲ ପ୍ରାୟୋଜକ ହେବାରେ ସର୍ବାଗ୍ରେ ରହିଛି ଟାଟା ସନ୍‍ସ। ଏହାବାଦ୍‍ ପତଞ୍ଜଳି ଆୟୁର୍ବେଦ, ବାଇଜୁସ୍‍, ଅନ୍‍ଏକାଡେମୀ ଓ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍୧୧ ମଧ୍ୟ ଦୌଡ଼ରେ ଅଛନ୍ତି। ଟେଣ୍ଡରରେ ସେମାନେ କେତେ ଅର୍ଥ ଦେବାର ପ୍ରତିଶ୍ରୁତି ଦେଉଛନ୍ତି; ତାହା ଟାଇଟଲ ପ୍ରାୟୋଜକ ହେବାର ଏକମାତ୍ର ମାପଦଣ୍ଡ ନୁହେଁ।

ଆଇପିଏଲ୍‍ ପରି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ୍‍ମୂଲ୍ୟ ଉପରେ ଉକ୍ତ ସଂସ୍ଥାର କେତେ ପ୍ରଭାବ ରହିବ; ତାହା ମଧ୍ୟ ବିଚାରକୁ ନିଆଯିବ। ଜାଣିବାକୁ ମିଳିଛି ଯେ ଉପରୋକ୍ତ ସମସ୍ତ କମ୍ପାନୀ ୨୦୦ କୋଟି ଟଙ୍କାରୁ ଅଧିକ ଦେବାକୁ ପ୍ରସ୍ତୁତ। ହେଲେ ବିସିସିଆଇ ଏପରି ଏକ କମ୍ପାନୀକୁ ଟାଇଟଲ ପ୍ରାୟୋଜକ କରିବାକୁ ଚାହୁଁଛି; ଯାହା ବ୍ରାଣ୍ଡମୂଲ୍ୟ ପ୍ରଭାବଶାଳୀ ଥିବ। ଏପରି ସନ୍ଦର୍ଭରେ ଟାଟା ସନ୍‍ସର ଆଖପାଖରେ କେହି ନାହାନ୍ତି। ଟାଟା ସନ୍‍ସ ଏକ ବିଶାଳ ଏବଂ ଅଣବିବାଦୀୟ କମ୍ପାନୀ। ଦେଶର ଅନ୍ୟତମ ବଡ଼ କମ୍ପାନୀ ଟାଟା ସନ୍‍ସର ଉପସ୍ଥିତି ଦେଶର ପ୍ରାୟ ସମସ୍ତ ରାଜ୍ୟରେ ରହିଛି। ବ୍ରାଣ୍ଡମୂଲ୍ୟକୁ ଦେଖିଲେ ପତଞ୍ଜଳିକୁ ବହୁତ ପଛରେ ପକାଇଦେବ ଟାଟା ସନ୍‍ସ। ପତଞ୍ଜଳି ଟାଇଟଲ ପ୍ରାୟୋଜକ ଦୌଡ଼ରେ ଆଗରେ ଥିବା କୁହା ଯାଉଥିଲେ ହେଁ ଏହାର ମାଲିକ ତଥା ଯୋଗଗୁରୁ ରାମଦେବ କହିଛନ୍ତି ଯେ ଯଦି ଅନ୍ୟ କୌଣସି କମ୍ପାନୀ ଏଥିପାଇଁ ଆଗଭର ନ ହୁଅନ୍ତି; ତେବେ ପତଞ୍ଜଳି ପ୍ରାୟୋଜକ ହେବ; ଅନ୍ୟଥା ନୁହେଁ। ତେଣୁ ଯଦି ଟାଟା ସନ୍‍ସର ଆଇପିଏଲ୍‍ ଟାଇଟଲ ପ୍ରାୟୋଜନ ପାଇଁ ଆଗ୍ରହୀ ହୁଏ; ତେବେ ଏହାକୁ ଏହି ଅଧିକାର ମିଳିବା ପ୍ରାୟ ନିଶ୍ଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories