www.samajalive.in
Saturday, December 6, 2025
26.1 C
Bhubaneswar

ପତ୍ନୀଙ୍କ ବୁଦ୍ଧିକୌଶଳ

ଜ୍ଞାନକୌଶଳରେ ସମଗ୍ର ବିଶ୍ବବାସୀ ଏବେ ପରିଚାଳିତ ହୋଇଥିବାବେଳେ ଜନୈକ ମହିଳାଙ୍କ ବୁଦ୍ଧିକୌଶଳକୁ ନେଇ ବିଭିନ୍ନ ସୋସିଆଲ୍ ସାଇଟ୍‌ରେ ଚର୍ଚ୍ଚା ଚାଲିଛି। ୟୁକ୍ରେନ୍‌ରେ ରହୁଥିବା ଭାରତୀୟ ଦମ୍ପତି ହେଲେ ହିତେଶ-ସୋନି, ୫ ବର୍ଷରୁ ଅଧିକ ସମୟ ହେଲାଣି ଦୁହେଁ ସେଠାରେ କୌଣସି ଏକ ମଲ୍‌ରେ କାମ କରୁଛନ୍ତି। ଘରଠାରୁ ଦୂରରେ ରହୁଥିବା କାରଣରୁ ହିତେଶ ଅଧିକାଂଶ ସମୟ ସାଙ୍ଗସାଥୀଙ୍କ ସହ ଅତିବାହିତ କରନ୍ତି, ହେଲେ ଏଥିପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ରୀତିମତ କଳିଝଗଡ଼ା ହୁଏ। ହିତେଶ ଘରେ ସମୟ ଦେଉନଥିବାରୁ ପତ୍ନୀ ବିରକ୍ତ ହୁଅନ୍ତି, ହେଲେ ଯେତେ କହିଲେ ମଧ୍ୟ ସ୍ବାମୀଙ୍କ ସ୍ବଭାବରେ ପରିବର୍ତ୍ତନ ହେଉନଥିଲା। କଳି ବଢ଼ିବା ପରେ ହିତେଶ ନିଜର ଏଇ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ସ୍ଥିର କଲେ, କିନ୍ତୁ ବଦମାସିଆ ସାଙ୍ଗମାନେ ତାଙ୍କୁ ଅଧିକ ବିଗାଡ଼ି ଦେଲେ। ସାଙ୍ଗମାନେ ତାଙ୍କ ଘର ପାଖାପାଖି ରହୁଥିବାରୁ ସେମାନେ ପରାମର୍ଶ ଦେଲେ ସୋନି ଶୋଇବା ପରେ ତୁ ଆସେ, ଆମେ କିଛି ସମୟ ମଉଜ, ଥଟ୍ଟା ହେବା ପରେ ତୁ ଫେରିଯିବୁ। ହିତେଶଙ୍କୁ ମଧ୍ୟ ଏଇ କଥାଟି ଠିକ୍ ଲାଗିଲା, ପତ୍ନୀ ଶୋଇବା ପରେ ସେ ରାତି ୨-୩ଟାବେଳକୁ ଯାଇ ଭୋରୁଭୋରୁ ଘରକୁ ଫେରିଲେ। ସୋନି ଏସବୁ ଜାଣିପାରୁନଥଲେ, ବରଂ ସ୍ବାମୀଙ୍କର ଅଭ୍ୟାସ ବଦଳିଯାଇଥିବାର ଦେଖି ଭାରି ଖୁସି ଥିଲେ। ଦିନକର କଥା, ସୋନିଙ୍କ ନିଦ ଭାଙ୍ଗିଗଲା ମଝି ରାତିରେ। ସ୍ବାମୀଙ୍କୁ ନ ପାଇ ସେ ପ୍ରଥମେ ବ୍ୟସ୍ତ ହେଲେ, କିନ୍ତୁ ଘଟଣା କ’ଣ ଜାଣିବାକୁ ସେ ଚୁପ୍ ହୋଇ ଶୋଇଲେ। ରାତି ୩.୩୦ବେଳକୁ ହିତେଶ ଚୁପ୍‌ଚାପ୍ ଆସି ଶୋଇପଡ଼ିଲେ। ସୋନି ସବୁ ଲକ୍ଷ୍ୟ କରି ଶୋଇବାର ଅଭିନୟ କଲେ। ତହିଁ ଆରଦିନ ମଧ୍ୟରାତିରେ ହିତେଶ ନିର୍ଦ୍ଧାରିତ ସମୟରେ ଗଲେ, ସୋନି ଆଗରୁ ସତର୍କ ଥାନ୍ତି। ସ୍ବାମୀ ଯିବା ପରେ ସେ କବାଟର ଲକ୍‌ ହ୍ୟାଣ୍ଡେଲରେ ଛୋଟ ଷ୍ଟିଲ୍‌ ମଗ୍‌ରେ ୨ଟି ଚାମଚ ରଖିଦେଲେ। ହ୍ୟାଣ୍ଡେଲ୍‌ ତଳକୁ ହେବା ମାତ୍ରେ ମଗ୍ ଖସି ଜୋର୍‌ରେ ଶବ୍ଦ ହେବ, ହିତେଶଙ୍କ ଚୋରି ମଧ୍ୟ ଧରାପଡ଼ିବ। ଭୋରବେଳକୁ ହ୍ରିତେଶ ଆସି କବାଟ ଖୋଲନ୍ତି ତ’ ହେଲା ଶବ୍ଦ, ବିଚରା ଆଉ ଯିବେ କୁଆଡ଼େ? ପତ୍ନୀଙ୍କ ଆଗରେ ଚୋର୍ ହେଲେ, ନିଜ ଭୁଲ୍ ମାନିଲେ ମଧ୍ୟ। ଆଉ ଏଭଳି ପୁନରାବୃତ୍ତି ହେବନି ବୋଲି ଶପଥ କଲେ ହିତେଶ। ସୋନିର ମୁଣ୍ଡ ଥଣ୍ଡା ହେବା ପରେ ହିତେଶ ତାଙ୍କୁ ଏଇ ବୁଦ୍ଧିକୌଶଳ କିପରି କଲେ, ପଚାରିଲେ। ସୋନି ହସିହସି ସବୁ କହିଲେ ଓ ମଗ୍ ଟଙ୍ଗାଇବା ଦେଖାଇଲେ ମଧ୍ୟ। ହିତେଶ ସେହି ହ୍ୟାଣ୍ଡେଲ୍‌ରେ ମଗ୍ ଟଙ୍ଗା ଫଟୋକୁ ସୋସିଆଲ୍ ସାଇଟ୍‌ରେ ଅପଲୋଡ କରି ‘ପତ୍ନୀଙ୍କ ବୁଦ୍ଧିକୌଶଳ’ ଉଲ୍ଲେଖ କରିଛନ୍ତି। ଏଇ ମଜାଦାର ଘଟଣାଟି ପଢ଼ିବା ପରେ ସଂଖ୍ୟାଧିକ ଲୋକ ପତ୍ନୀଙ୍କ ବୁଦ୍ଧିକୁ ପ୍ରଶଂସା କରିଛନ୍ତି।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories