www.samajalive.in
Sunday, December 7, 2025
26.1 C
Bhubaneswar

ଚିଦାମ୍ବରମ ଓ କାର୍ତ୍ତିଙ୍କୁ ୫୦ ଲକ୍ଷ ଲାଞ୍ଚ ଦେଇଥିଲେ ଇନ୍ଦ୍ରାଣୀ ମୁଖାର୍ଜୀ: ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୁଣି ଏକ ନୂଆ ତଥ୍ୟ ପଦାକୁ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଉଦ୍ୟୋଗବିତ୍‌ ତଥା ଆଇଏନଏକ୍ସ ମିଡିଆର ପ୍ରତିଷ୍ଠାତା ଇନ୍ଦ୍ରାଣୀ ମୁଖାର୍ଜୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ।  ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍‌ରେ ଏହା ଦର୍ଶାଯାଇଛି। ଇନ୍ଦ୍ରାଣୀ ସିଙ୍ଗାପୁର, ମରିସସ, ବରମୁଡା, ବ୍ରିଟେନ ଏବଂ ସ୍ବିଜରଲାଣ୍ଡରେ ଥିବା ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇଥିବା କୁହାଯାଇଛି।

ଇନ୍ଦ୍ରାଣୀଙ୍କ ଏହି ଅଭିଯୋଗ ପରେ ସିବିଆଇ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ହାସଲ ପାଇଁ ସମ୍ପୃକ୍ତ ୫ଟି ଦେଶକୁ ଚିଠି ପଠାଇବା ସହିତ ଉତ୍ତରକୁ ଅପେକ୍ଷା କରିଛି। ଲାଞ୍ଚ କାରବାର ପାଇଁ ଚିଦାମ୍ବରମ ଏବଂ ତାଙ୍କ ମଧ୍ୟରେ ୨୦୦୭ ମାର୍ଚ୍ଚ କିମ୍ବା ଏପ୍ରିଲରେ ବୈଠକ ହୋଇଥିଲା ବୋଲି ମଧ୍ୟ ଇନ୍ଦ୍ରାଣୀ ସିବିଆଇକୁ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ମୁଖାର୍ଜୀ ବର୍ତ୍ତମାନ ମୁମ୍ବଇର ଏକ ଜେଲରେ ବନ୍ଦୀ ଅଛନ୍ତି। ଝିଅ ଶିନା ବୋରା ହତ୍ୟା ମାମଲାରେ ସେ ଗିରଫ ହୋଇଥିଲେ। ଇନ୍ଦ୍ରାଣୀ ଆଇଏନଏକ୍ସ ମିଡିଆର ପ୍ରତିଷ୍ଠାତା ଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories