www.samajalive.in
Wednesday, December 10, 2025
18.1 C
Bhubaneswar

୨୯ରୁ ପରୀକ୍ଷାମୂଳକ ଭାବେ ଚାଲିବ ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ୍‍

ଚେନ୍ନଇ : ଦେଶର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ଆସନ୍ତା ୨୯ତାରିଖରେ କରାଯିବ। ‘ଟ୍ରେନ୍‍ ୧୮’ ନାମରେ ପରିଚିତ ଏହି ଗାଡ଼ି ସ୍ୱୟଂକ୍ରିୟ ଭାବେ ସ୍ୱତନ୍ତ୍ର ଲୋକୋମୋଟିଭ୍‍ ଇଞ୍ଜିନ ସହାୟତାରେ ଚାଲିବ। ଘଣ୍ଟାପ୍ରତି ଏହାର ବେଗ ୧୬୦କିଲୋମିଟର ରହିବ। ତିନି ଦଶନ୍ଧି ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍‍ର ସ୍ଥାନ ନେବ। ଶତାବ୍ଦୀ ତୁଳନାରେ ଏହା ୧୫ପ୍ରତିଶତ ସମୟ ବଞ୍ଚାଇବ। ଚେନ୍ନଇସ୍ଥିତ ସମନ୍ୱିତ ରେଳଡବା କାରଖାନାରେ ଏହାର ନିର୍ମାଣ ହୋଇଛି ଓ ଏଥିପାଇଁ ଦୀର୍ଘ ୧୬ମାସ ସମୟ ଲାଗିଛି। ଟ୍ରେନ୍‍-୧୮ରେ ୧୬ଟି ବଗି ରହିଛି। ସମସ୍ତ ବଗି ବାତାନୁକୂଳିତ ଓ ସିସିଟିଭି କ୍ୟାମେରା ଖଚିତ। ଏଥିରେ ଅତ୍ୟାଧୁନିକ ଆଲୋକ ସହିତ ସ୍ୱୟଂକ୍ରିୟ ଦ୍ୱାର ଓ ପାହାଚ ଏବଂ ଜିପିଏସ୍‍ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ଯାତ୍ରୀଙ୍କୁ ଟ୍ରେନ୍‍ରୁ ଓହ୍ଲାଇବା ପାଇଁ ଏହାର ସ୍ୱତନ୍ତ୍ର ପାହାଚ ବେଶ୍‍ ଉପଯୋଗୀ ହେବ। ପ୍ରତି ବଗିରେ ୭୮ଟି ଆସନ ରହିଛି। ତା’ଛଡ଼ା ଦୁଇଟି ଏକ୍‍ଜିକ୍ୟୁଟିଭ୍‍ ବଗି ରହିଛି; ଯେଉଁଥିରେ ୫୨ଟି ଲେଖାଏଁ ଆସନ ଅଛି। ଏଥିରେ ଥିବା ଯାତ୍ରୀ ଚାଳକଙ୍କୁ ଦେଖିପାରିବାର ବ୍ୟବସ୍ଥା ରହିଛି। ଏହି ଟ୍ରେନ୍‍ ନିର୍ମାଣ ପାଇଁ ୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି; ତେବେ ପରବର୍ତ୍ତୀ ନିର୍ମାଣ ଖର୍ଚ୍ଚ କ୍ରମାନ୍ୱୟେ ହ୍ରାସ ପାଇବ ବୋଲି କାରଖାନା ମୁଖ୍ୟ ପରିଚାଳନ ସୁଧାଂଶୁ ମଣି କହିଛନ୍ତି। ଚଳିତ ମାସ ୨୯ରୁ ଏହି ଟ୍ରେନ୍‍ କାରଖାନାରୁ ବାହାରି ତିନି ବା ଚାରି ଦିନ ପରୀକ୍ଷାମୂଳକ ଭାବେ ଚଳାଚଳ କରିବ। ପରେ ଏହାକୁ ରେଳବାଇର ରିସର୍ଚ୍ଚ ଡିଜାଇନ୍‍ ଏଣ୍ଡ ଷ୍ଟାଣ୍ଡାର୍ଡସ୍‍ ଅର୍ଗାନାଇଜେସନ୍‍(ଆରଡିଏସ୍‍ଓ)କୁ ହସ୍ତାନ୍ତର କରାଯିବ ବୋଲି ମଣି କହିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories