www.samajalive.in
Monday, December 8, 2025
20.1 C
Bhubaneswar

ଏସୀୟ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ: ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଫାଇନାଲରେ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରିଛନ୍ତି। ଏଥିସହ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ଭାରତ ପକ୍ଷରୁ ଦିଆଯାଇଥିବା ୧୧୭ ରନ୍‌ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୮ ଓ୍ବିକେଟରେ ୯୭ ରନ୍‌ କରି ପାରିଥିଲେ। ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଏଥର ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼‌ାରେ ଭାଗ ନେଇଥିବା ବେଳେ ସ୍ବର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛି ଦଳ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡ଼ାରେ ଭାରତ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ଜିତିଛି। ଏହା ପୂର୍ବରୁ ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ପ୍ରଥମ ସ୍ବର୍ଣ୍ଣ ମିଳିଛି। ୧୦ ମିଟର ପୁରୁଷ ଏୟାର ରାଇଫଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories