www.samajalive.in
Monday, December 8, 2025
14.1 C
Bhubaneswar

ଇସ୍ରୋ ବୈଜ୍ଞାନିକଙ୍କ ଦାବି: କରୋନା ସଂକ୍ରମଣ ରୋକିବାରେ ଏନ-୯୫ ମାସ୍କ ସବୁଠୁ ପ୍ରଭାବଶାଳୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାରେ ଏନ୍-୯୫ ମାସ୍କ ସବୁଠୁ ପ୍ରଭାବଶାଳୀ । ଏହି ତଥ୍ୟ ପ୍ରଦାନ କରିଛନ୍ତି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ବୈଜ୍ଞାନିକ । ସେ କହିଛନ୍ତି ଯେ କୌଣସି ମାସ୍କ ହେଉ ନା କାହିଁକି ତାହା କରୋନା ଭୂତାଣୁ ରୋକିବାକୁ ସକ୍ଷମ । ମାତ୍ର ଯେଉଁ ମାସ୍କ ସଂକ୍ରମଣକ୍ଷମ ତରଳ ପଦାର୍ଥକୁ ରୋକିବାକୁ ଯେତେ ସକ୍ଷମ ହେବ ତାହା ସଂକ୍ରମଣକୁ ସେତେ ପରିମାଣରେ ରୋକିବାକୁ ସମର୍ଥ ହେବ । ଏହି ସ୍ଥିତିରେ ଏନ୍-୯୫ ମାସ୍କ ସବୁଠାରୁ ଅଧିକ ପ୍ରଭାବଶାଳୀ ବୋଲି ଏହି ବୈଜ୍ଞାନିକ କହିଛନ୍ତି ।

ଇସ୍ରୋର ବୈଜ୍ଞାନିକ ପଦ୍ମନାଭ ପ୍ରସନ୍ନା ସିହ୍ନା ଓ କର୍ଣ୍ଣାଟକର ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡ଼ିଓଭସ୍କୁଲାର ସାଇନସେସର ଗବେଷକ ମୋହନ ରାଓ ବିଭିନ୍ନ ଅନୁସନ୍ଧାନ ଓ ଅଧ୍ୟୟନ ପରେ ଏପରି ମତ ଦେଇଛନ୍ତି ।  ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଛିଙ୍କିବା ଓ କାଶିବା ସମୟରେ ସଂକ୍ରମଣକ୍ଷମ ଭୂତାଣୁ ବାହାରକୁ ଆସନ୍ତି ଓ କିଛି ସମୟ ବାୟୁମଣ୍ଡଳରେ ରହନ୍ତି । ଜର୍ଣ୍ଣାଲ ଅଫ୍ ଫିଜିକ୍ସ ଅଫ୍ ଫ୍ଲୁଇଡ଼୍ସରେ ପ୍ରକାଶିତ ଏକ ରିପୋର୍ଟରେ ଉଭୟ ଗବେଷକ କହିଛନ୍ତି ଯେ ମାସ୍କ କାଶିବା ସମୟରେ ଭୂତାଣୁ ପ୍ରବାହର ବେଗକୁ ଏନ୍-୯୫ ପ୍ରାୟ ୦.୧ ମିଟରରୁ ୦.୨୫ ମିଟର ପର୍ଯ୍ୟନ୍ତ ସୀମିତ କରିଦେଇଥାଏ । ସିଧା ଛିଙ୍କିବା ବା କାଶିବା ସମୟରେ କରୋନା ଭୂତାଣୁ ୧ରୁ ୩ ମିଟର ଦୂରତା ପର୍ଯ୍ରନ୍ତ ଯାଇପାରେ । ମାତ୍ର ଯଦି ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧିଥିବେ ତେବେ ଏହି ଭୂତାଣୁ ୦.୫ ମିଟର ମଧ୍ୟରେ ସୀମିତ ରହିପାରିବ । ସଂକ୍ରମଣକୁ ରୋକିବା ନିମନ୍ତେ ମାସ୍କ ପିନ୍ଧିବା ସବୁଠାରୁ ବଡ଼ ଆବଶ୍ୟକତା । ଏହା ଅଣ ସଂକ୍ରମିତ ଲୋକଙ୍କୁ ସଂକ୍ରମଣରୁ ରୋକିପାରିବାକୁ ସକ୍ଷମ ହୋଇପାରିବ ।

- Advertisement -

ପ୍ରଫେସର ରାଓ ଓ ସିହ୍ନା କହିଛନ୍ତି ଯେ ଏନ୍ ୯୫ ମାସ୍କ ସଂକ୍ରମଣ ପ୍ରସାରଣ ରୋକିବାକୁ ସବୁଠାରୁ ଉପଯୋଗୀ ସାବ୍ୟସ୍ତ ହୋଇଛି । ଏପରିକି ବ୍ୟବହାର ପରେ ଫିଙ୍ଗି ଦିଆଯାଉଥିବା ଏହି ବର୍ଗର ମାସ୍କ ୦.୫ ମିଟରରୁ ୧.୫ ମିଟର ପର୍ଯ୍ୟନ୍ତ ଭୂତାଣୁ କ୍ଷେପଣକୁ ରୋକିବାକୁ ସକ୍ଷମ । ଏପରିକି ଆଦୌ ମାସ୍କ ନ ଲଗାଇବାଠାରୁ ଛିଦ୍ରଥିବା ମାସ୍କ ଲଗାଇବା ବରଂ ଲାଭଦାୟକ । ଏହା ଏକସମୟରେ ବାହାରୁଥିବା ଛୋଟ ବୁନ୍ଦାକୁ ରୋକିବାକୁ ସକ୍ଷମ । ଏହା ସତ୍ବେ ମାସ୍କ ପିନ୍ଧିଥିଲେ ମଧ୍ୟ ସାମାଜିକ ଦୂରତ୍ବ ବଜାୟ ରଖିବା ନିଜକୁ ବଞ୍ଚାଇବା ନିମନ୍ତେ ସବୁଠାରୁ ଭଲ ଉପାୟ ବୋଲି ଉଭୟ ବୈଜ୍ଞାନିକ କହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories