www.samajalive.in
Monday, December 8, 2025
17.1 C
Bhubaneswar

ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ ହେଲେ କିଙ୍ଗ୍ ଖାନ୍

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ବାଦଶାହା। ତାଙ୍କୁ କିଏ ବା ନଜାଣେ । ତାଙ୍କର ନିଷ୍ଠା , କଠିନ ପରିଶ୍ରମ, ନିଖୁଣ ଅଭିନୟ ଆଉ ରୋମାଣ୍ଟିକ୍ ଅନ୍ଦାଜ୍ ଦୀର୍ଘ ବର୍ଷ ଧରି ତାଙ୍କୁ ଫ୍ୟାନ୍ସ ମାନଙ୍କ ମନରେ ସାଇତି ରଖିଛି। ପିଲାଠୁ ବୁଢା ସମସ୍ତେ ତାଙ୍କର ଦିୱାନା । ଆମେ କହୁଛୁ କିଙ୍ଗଖାନ୍ ଙ୍କ କଥା। ଗତବର୍ଷ ବଲିଉଡ୍ ଜଗତକୁ ସେ ଦେଇଛନ୍ତି ତିନି ତିନୋଟି ସୁପରହିଟ୍ ଫିଲ୍ମ । ପଠାନ୍, ଜୱାନ୍ ଏବଂ ଡିଙ୍କି ଚଳଚିତ୍ର ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ତେବେ ୨୦୨୩ ବର୍ଷ ପାଇଁ ଶାହରୁଖ୍ ଖାନ୍‌ଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ କରାଯାଇଛି।

ନୂଆଦିଲ୍ଲୀର ତାଜ୍ ପ୍ୟାଲେସରେ ଏହି ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଥିଲା। ଶାହରୁଖ ଖାନ୍, ମଣି ରତ୍ନମ୍ , ନୀରଜ୍ ଚୋପ୍ରା , ଜାଭେଦ ଅଖତର ପ୍ରମୂଖ ଅନେକ ବଡ ବଡ ଅଭିନେତା ଏବଂ ଅଭିନେତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଶାହରୁଖ କହିଛନ୍ତି ମୁଁ ସର୍ବଦା ମୋ ମନ ଚାହୁଁଥିବା ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରେ। ଭଲ ରୋଲ କରିବାର ଫଳାଫଳ ସର୍ବଦା ଭଲ ହୋଇଥାଏ। କିଛି ବର୍ଷ ପୂର୍ବରୁ ମୋର କିଛି ଫିଲ୍ମ ଫ୍ଲପ୍ ହୋଇଥିଲା । ଆଉ ସେତେବେଳେ ମୁଁ କିଛି ଲୋକଙ୍କ ଠାରୁ କିଛି ଖରାପ ମନ୍ତବ୍ୟ ଶୁଣିଥିଲି । ତଥାପି ମୁଁ ସବୁକିଛିକୁ ସହ୍ୟ କରି କାମ କରିଥିଲି। ତେବେ ଚୁପ ରହି କିପରି କାମ କରାଯାଏ , ସେହି ସବୁ କଥାରୁ ହିଁ ମୋତେ ଶିକ୍ଷା ମିଳିଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories