www.samajalive.in
Monday, December 8, 2025
20.1 C
Bhubaneswar

ଏନ୍‌‌ଏସି ମାନ୍ୟତା ଚାହୁଁଥିଲେ ଆବେଦନ କରନ୍ତୁ: ୫-ଟି ଅଧ୍ୟକ୍ଷ

ବଲାଙ୍ଗିର: ଜିଲା ଗସ୍ତରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦେବାକୁ ଲୋକେ ଚାହୁଁଥିଲେ ଏଥିପାଇଁ ଆବେଦନ କରିପାରିବେ ବୋଲି ୫-ଟି ଅଧ୍ୟକ୍ଷ କହିଛନ୍ତି। ଏନେଇ ବିଚାର ପରେ ଖୁସି ଖବର ଦିଆଯିବ ବୋଲି ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଛନ୍ତି ପାଣ୍ଡିଆନ। ସଇଁତଳାରେ ସବରେଜିଷ୍ଟ୍ରାର ଅଫିସ ଖୋଲିବାକୁ ଯୋଜନା କରାଯାଉଛି। ଏହାସହିତ ଆରଏନ ସିଂହଦେଓ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ସଇଁତଲାରେ ଥିବା ପଞ୍ଚାୟତ ସମିତି ହାୟର ସେକଣ୍ଡାରୀ ସ୍କୁଲର ରୂପାନ୍ତର ଲାଗି ୧ କୋଟି, ତୁଷରା ଡିଗ୍ରୀ କଲେଜର ରୂପାନ୍ତର ପାଇଁ ୫୦ ଲକ୍ଷ ମଂଜୁର ହୋଇଛି । ଏହାସହ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ୪୦ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ଉନ୍ନତିକରଣ ଲାଗି ୪ କୋଟି ୨୦ ଲକ୍ଷ ମଂଜୁର ହୋଇଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories